ନୂଆଦିଲ୍ଲୀ: ଉପଭୋକ୍ତାମାନଙ୍କୁ ବିଭ୍ରାନ୍ତ କରୁଥିବା ‘ORS’ ଲେବଲ୍ ଲାଗିଥିବା ସମସ୍ତ ଉତ୍ପାଦକୁ ତୁରନ୍ତ ବଜାରରୁ ହଟାଇବା ପାଇଁ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ (FSSAI) ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଖାଦ୍ୟ ସୁରକ୍ଷା କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛି। ନଭେମ୍ବର 19 ତାରିଖରେ ଜାରି ହୋଇଥିବା ଏହି ନିର୍ଦ୍ଦେଶରେ କୁହାଯାଇଛି, ଫଳ-ଆଧାରିତ ପାନୀୟ, ରେଡି-ଟୁ-ସର୍ଭ ଡ୍ରିଙ୍କ୍, ଇଲେକ୍ଟ୍ରୋଲାଇଟ୍ ବେଭରେଜ୍ ଏବଂ ଅନ୍ୟାନ୍ୟ ଉତ୍ପାଦ, ଯେଉଁଥିରେ ‘ORS’ ଶବ୍ଦ ଏକାକୀ କିମ୍ବା କୌଣସି ଶବ୍ଦ ସହିତ (ଯଥା: ORS-Lite, ORSL) ଉଲ୍ଲେଖ କରାଯାଇଛି, ସେଗୁଡ଼ିକୁ ଖୁଚୁରା ଦୋକାନ ଏବଂ ଇ-କମର୍ସ ପ୍ଲାଟଫର୍ମରୁ ତୁରନ୍ତ ହଟାଇବାକୁ ପଡ଼ିବ।ଏହି କାର୍ଯ୍ୟାନୁଷ୍ଠାନ ଏଥିପାଇଁ ଗ୍ରହଣ କରାଯାଇଛି କାରଣ ଅନେକ ଉତ୍ପାଦକୁ ORS ନାମରେ ବିକ୍ରି କରାଯାଉଛି, ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ସୁପାରିଶ କରାଯାଇଥିବା ପ୍ରକୃତ ଔଷଧୀୟ ORS ଫର୍ମୁଲା ସହିତ ସମାନ ନୁହେଁ। FSSAI ସ୍ପଷ୍ଟ କରିଛି ଯେ ଏପରି ବ୍ରାଣ୍ଡିଂ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ, ୨୦୦୬ର ଉଲ୍ଲଂଘନ କରୁଛି ଏବଂ ଏହା ବିଭ୍ରାନ୍ତିକର ଭାବେ ଗଣାଯିବ, ଯାହା ଦଣ୍ଡନୀୟ ଅଟେ l ତେଣୁ ଏ ସମ୍ପର୍କରେ ତୁରନ୍ତ ଯାଞ୍ଚ ଅଭିଯାନ ଚଳାଇବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରାଧିକରଣ ନିର୍ଦ୍ଦେଶ ଦେଇଛି। ଉଭୟ ଅନଲାଇନ୍ ପ୍ଲାଟଫର୍ମ ଏବଂ ଖୁଚୁରା ଦୋକାନଗୁଡ଼ିକରେ ଯାଞ୍ଚ କରିବାକୁ ଫିଲ୍ଡ ଫୁଡ ସେଫ୍ଟି ଅଫିସରମାନଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଏଭଳି ସାମଗ୍ରୀ ଚିହ୍ନଟ କରିବା ସହିତ କମ୍ପାନୀଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବଂ କଣ ଆକ୍ସନ ନିଅଗଲା ତାର ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
Comments are closed, but trackbacks and pingbacks are open.