‘ରେଡିମେଡ୍ ପିଲା ଅପେକ୍ଷା ଅନାଥ ଶିଶୁକୁ ଗ୍ରହଣ କରିଥାନ୍ତ’: ତସଲିମା ନସରିନ

14

ନିକଟରେ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ସରୋଗେସି ମାଧ୍ୟମରେ ପିତା ମାତା ହେବାର ଗୌରବ ଲାଭ କରିଛନ୍ତି I ନିଜର ଏହି ଖୁସି ଖବର ପ୍ରିୟଙ୍କା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଜଣାଇଛନ୍ତି । ଦୁହେଁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।ପ୍ରିୟଙ୍କା-ନିକଙ୍କ ପିତାମାତI ଏହି ଖୁସି ଖବର ଦେବା ପରେ ବଲିଉଡ ସମେତ ଅନେକ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନର ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ସରୋଗେଟ୍ ମାଧ୍ୟମରେ ପ୍ରିୟଙ୍କା ମା ହେବାକୁ ନେଇ ଖୁବ୍‌ ସମାଲୋଚନା କରିଛନ୍ତି ବାଂଲାଦେଶୀ ଲେଖକ ତସଲିମା ନାସରିନ୍ I ସିଧା ସଳଖ ପ୍ରିୟଙ୍କା ଆଡକୁ ଟାର୍ଗେଟ୍‌ କରି କହିଛନ୍ତି – ସେ ଏହାକୁ ଧନୀ ଲୋକମାନଙ୍କ ଏକା ସାଧାରଣ ରାସ୍ତା ବୋଲି କହିଛନ୍ତି। ଏ ସମ୍ପର୍କରେ ତାସଲିମI କହିଛନ୍ତି ‘ରେଡ଼ିମେଡ଼ ପିଲା ଅପେକ୍ଷା ଏକ ଅନାଥ ଶିଶୁକୁ ଗ୍ରହଣ କରିଥିଲେ ବରଂ ପିଲାଟିର ଭବିଷ୍ୟତ ଉଜ୍ଜ୍ୱଳ ହୋଇଥାନ୍ତI’ତସଲିମା ନାସରିନ୍ ଟ୍ୱିଟ କରି ଲେଖିଛନ୍ତି, ଗରିବ ମହିଳା ହେବା ହେତୁ ସରୋଗେସି ସମ୍ଭବ ହୋଇ ପାରୁଛି । ଧନୀ ଲୋକମାନେ ସର୍ବଦା ନିଜ ସ୍ୱାର୍ଥ ପାଇଁ ସମାଜରେ ଗରିବ ତଥା ଦାରିଦ୍ରତା ବଜାୟ ରଖିବାକୁ ଚାହାଁନ୍ତି । ଯଦି ପ୍ରକୃତରେ ପିଲାକୁ ପାଳିବାର ଇଚ୍ଛା କରୁଛ ତାହାଲେ ଅନାଥ ପିଲାଙ୍କୁ ପୋଷ୍ୟ ରୂପେ ଗ୍ରହଣ କର । ତସଲିମା ମଧ୍ୟ ଏହାକୁ ନେଇ ଏକ ଟ୍ୱିଟରେ ସରୋଗେସି ବିଷୟରେ ପ୍ରଶ୍ନ ଉଠାଇଛନ୍ତି। ତସଲିମା ଏହି ଟ୍ବିଟ୍‌ କରି ପ୍ରିୟଙ୍କାଙ୍କ ନାମ ଉଲ୍ଲେଖ କରି ନାହାନ୍ତି ସତ କିନ୍ତୁ ପ୍ରିୟଙ୍କା ତାଙ୍କ ପିଲା ହେବ ନେଇ ଘୋଷଣା କରିବା ପର ଠାରୁ ଏହି ଟ୍ବିଟ୍‌ ଆସିଥିଲା । ତେବେ ପ୍ରିୟଙ୍କା ଚୋପ୍ରାଙ୍କ ଉପରେ ତସଲିମା ଙ୍କ ଏହି ଟ୍ୱିଟ ସୋସିଆଲ ମିଡ଼ିଆରେ ପ୍ରକାଶ ପାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ୟୁଜର୍ସ । ୟୂଜର୍ସଙ୍କ ପ୍ରତିକ୍ରିୟା ପ୍ରକାଶ ପରେ ନିଜ ମନ୍ତବ୍ୟକୁ ନେଇ ସ୍ପଷ୍ଟୋକ୍ତି ବ୍ୟକ୍ତ କରିଛନ୍ତି ତସଲିମା ନସରିନ୍ । ତାଙ୍କ ଟ୍ୱିଟ୍ ସରୋଗାସି ମାତୃତ୍ୱ ଉପରେ, କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ଉପରେ ନୁହେଁ । ଅଭିନେତ୍ରୀ ପ୍ରିୟଙ୍କା ଉପରେ ତ ଆଦୌ ନୁହେଁ ।

Leave A Reply

Your email address will not be published.