ଦେଶସେବା ଓ ଭାରତୀୟ ସେନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ‘ଅତି ବିଶିଷ୍ଟ ସେବା ସମ୍ମାନ’ ପୁରସ୍କାର

18

ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକଙ୍କୁ ‘ଅତି ବିଶିଷ୍ଟ ସେବା ସମ୍ମାନ’ ପାଇଁ ରାଷ୍ଟ୍ରପତି ପୁରସ୍କାର ମିଳିଛି Iସେ ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ୍ ବ୍ରାଞ୍ଚରେ ୮ ଜୁନ୍ ୧୯୮୪ରୁ ଦେଶ ପାଇଁ ସେବା କରିଆସୁଛନ୍ତି ।ହାଇଅର ଏୟାର କମାଣ୍ଡ କୋର୍ସ କରିଛନ୍ତି । ଘଣ୍ଟାପ୍ରତି ୨ ହଜାର ୫୦୦ କିଲୋମିଟର ବେଗରେ ମିରାଜ ଓ ମିଗ୍-21 ଉଡ଼ାଇବାର ରେକର୍ଡ ରହିଛି ତାଙ୍କ ନାଁରେ ।
ସେ ରିମୋଟଲି ପାୟଲ ଟେଡ ଏୟାରକ୍ରାଫ୍ଟ (RPA) ସ୍ବୀକୃତିପ୍ରାପ୍ତ ପାଇଲଟ । କମାଣ୍ଡିଂ ଅଫିସର ଭାବରେ ହେରନ ଓ ମାର୍କ-2 ଏୟାରକ୍ରାଫ୍ଟକୁ ୮୦୦ ଘଣ୍ଟା ଉଡ଼ାଇବାର ଅଭିଜ୍ଞତା ରହିଛି । କାରଗିଲ ଅପରେସନ ସମୟରେ ଆକାଶରୁ ଭୂମିକୁ ଟାର୍ଗେଟ କରି ଗୁରୁତ୍ୱପୂର୍ଣ୍ଣ ଷ୍ଟ୍ରାଇକ କରିଥିଲେ । ଯେଉଁ ବୀରତା ପାଇଁ ତାଙ୍କୁ ବାୟୁ ସେନା ମେଡାଲରେ ସମ୍ମାନୀତ କରାଯାଇଥିଲା । ସେ ଏୟାର ଡିଫେନ୍ସ ଡାଇରେକ୍ସନ ଓ ଇଲୋକ୍ଟ୍ରୋନିକ ୱାର ଫେୟାର ରେଞ୍ଜ ସେଣ୍ଟର ନେତୃତ୍ବ ନେଇଛନ୍ତି ।
ଦେଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ଦିବସ, ଗଣତନ୍ତ୍ର ଦିବସ, ବିଟିଙ୍ଗ ଦ ରିଟ୍ରିଟ୍ ଭଳି ସମାରୋହକୁ ସୂଚାରୁ ରୂପେ କରିବାରେ ତାଙ୍କର ବଡ଼ ଯୋଗଦାନ ରହିଆସିଛି । ବାଲାକୋଟ୍ ଷ୍ଟ୍ରାଇକ ପରେ ବି ତାଙ୍କର ଭୂମିକାକୁ ନେଇ ଚର୍ଚ୍ଚା ହୋଇଥିଲା । ଦେଶପାଇଁ ତାଙ୍କର ଏଭଳି ବୀରତ୍ୱ ଓ ସେବା ପାଇଁ ତାଙ୍କୁ ‘ଅତି ବିଶିଷ୍ଟ ସେବା ସମ୍ମାନ’ ପ୍ରଦାନ କରାଯାଇଛି ।

ଏହା ପୂର୍ବରୁ ‘BEST IN OPERATIONS’ ଆୱାର୍ଡରେ ସମ୍ମାନୀତ ହୋଇସାରିଛନ୍ତି ଦିଲୀପ କୁମାର ପଟ୍ଟନାୟକ ।

Leave A Reply

Your email address will not be published.