ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

803

ଭୁବନେଶ୍ୱର, ସେପ୍ଟେମ୍ବର ୯: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରେରଣ କରାଯାଇଥିବା ବେଳେ ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଶରୀରକୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି ।
ଗତ ଅଗଷ୍ଟ ୩୧ରେ ଏକ ସଡ଼କ ଦୁର୍ଘଟଣାରେ ଗଭୀର ଆଘାତ ପାଇଥିବା ଜଣେ ସୁରକ୍ଷାକର୍ମୀଙ୍କୁ ଚିକିତ୍ସା ନିମନ୍ତେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ରବିବାର ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା ।
ତାଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟମାନେ ଅନ୍ୟର ଜୀବନ ବଂଚାଇବା ପାଇଁ ତାଙ୍କର ଅଙ୍ଗଦାନ କରିବା ନିମନ୍ତେ ନିଷ୍ପତି ନେଇଥିଲେ ।
ଗାର୍ଡ ଅଫ୍ ଅନର ପ୍ରଦାନ ସମୟରେ ସମ୍ ହସ୍ପିଟାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଜ୍ୟୋର୍ତିମୟ ଜେନା, ଡିଜିଏମ୍ ଅପରେସନ୍ସ ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ, ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କାବେରୀ ରାଣୀ ସାହୁ ଓ ତାଙ୍କ ଟିମ୍‌, ଜୁନିୟର ହସ୍ପିଟାଲ୍ ଆଡମିନିଷ୍ଟ୍ରେଟର ଶ୍ରୀ ସାଗର ପାଇକରାୟ ଓ ଶ୍ରୀ ସରୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.