ବିଜେପି ବିରୋଧରେ ବିରୋଧୀଙ୍କ ରଣନୀତି: ଆଜି ଏନଡିଏ କରିବ ଶକ୍ତି ପ୍ରଦର୍ଶନ

106

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଯାଇଛି । ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ହଟାଇବା ଉଦ୍ଦେଶ୍ୟରେ ପ୍ରମୁଖ ବିରୋଧୀ ଦଳଙ୍କ ପ୍ରଥମ ବୈଠକ ଗତକାଲି ପାଟନା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବେଙ୍ଗାଲୁରୁ ଠାରେ ଦ୍ବିତୀୟ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ୨୪ଟି ରାଜନୈତିକ ଦଳ ଏକାଠି ହୋଇ ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତି ଲାଗି ଆଲୋଚନା କରିବେ। ଅନ୍ୟପଟେ ଆଜି ରାଜଧାନୀ ଦିଲ୍ଲୀରେ ଏନଡିଏ ନେତାମାନଙ୍କ ବୈଠକ ହେବ। ଦିଲ୍ଲୀ ଏନଡିଏ ବୈଠକରେ ସାମିଲ ହେବେ ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ ।

ବିଜେପି ସଭାପତି ଜେ.ପି ନଡ୍ଡା ଦାବି କରିଛନ୍ତି, ବୈଠକରେ ୩୬ରୁ ଅଧିକ ଦଳ ସାମିଲ ହେବେ । ୨୦୧୯ ନିର୍ବାଚନରେ ଏନଡିଏ ମେଣ୍ଟକୁ ୩୧୭ଟି ଲୋକସଭା ଆସନ ମିଳିଥିଲା । ବିରୋଧୀ ମେଣ୍ଟକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ସାରିଥିବାବେଳେ ଜେଡିଏସ, ବିଏସପି, ଶିରୋମଣି ଅକାଳି ଦଳ ଓ ତେଲୁଗୁ ଦେଶମ ପାର୍ଟିର ସମର୍ଥନ ବିଜେପିକୁ ମିଳିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଗତ ସପ୍ତାହେ ମଧ୍ୟରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓ ପି ରାଜଭିର ଏନ୍‌ଡିଏରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ମଧ୍ୟ ଅନ୍ୟ ଜଣେ ଓବିସି ନେତା ଚିରାଗ ପାଶ୍ବାନ ଦିଲ୍ଲୀରେ ଏନ୍‌ଡିଏ ବୈଠକରେ ଯୋଗ ଦେବେ।

Comments are closed, but trackbacks and pingbacks are open.