ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି। ତେବେ ଏହି ଘଟଣାକୁ କେନ୍ଦ୍ରକରି ବିରୋଧୀ ଦଳଗୁଡିକ ରାଜନୀତି ଆରମ୍ଭ କରିଦେଇଛନ୍ତି ବୋଲି ବିଜେପି ରାଜ୍ୟଶାଖା ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି। ଆଜି ଭୁବନେଶ୍ବରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିରୋଧୀ ଦଳ କେବଳ ରାଜନୀତି କରୁନାହାନ୍ତି ବରଂ ଏହି ଦୁଃଖଦ ପରିସ୍ଥିତିରେ ପିଡିତାଙ୍କ ସାଥୀରେ ରହିବା ପରିବର୍ତ୍ତେ ସାମାଜିକ ଗଣମାଧ୍ୟମରେ ସଂପୃକ୍ତ ପରିବାରଙ୍କୁ ଆକ୍ଷେପ କରି ଚାଲିଛନ୍ତି। ପିଡିତାଙ୍କ ବାପା ଏହି ଘଟଣାକୁ ନେଇ ରାଜନୀତି ନକରିବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ ବିରୋଧୀ ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଝିଅଟିର ଚରିତ୍ର ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
Comments are closed, but trackbacks and pingbacks are open.