ସାଂସଦ ଜୁଏଲ ଓରାମଙ୍କ ପ୍ରଚାର କୁ ବିରୋଧ

21

ପଂଚାୟତ ନିର୍ବାଚନ କୁ ମାତ୍ର ଆଉ ଦୁଇ ଦିନ ବାକି ରହିଛି I ନିର୍ବାଚନ ପାଇଁ ପ୍ରଚାର ଅଭିଯାନ କୁ ଜୋରଦାର କରିବା ପାଇଁ ମୈଦାନ ରେ ବଡ଼ ବଡ଼ ନେତା ମାନଙ୍କର ଭିଡ଼ ଲାଗି ରହିଥିବାବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ମନ୍ତ୍ରୀ , ବିଧାୟକ ଓ ସାଂସଦ ମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ଦେଖା ଯାଉଛି ।

ସେହିପରି ପ୍ରଚାର ବେଳେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ପ୍ରବଳ ଜନ ବିରୋଧ ର ସମ୍ମୁଖୀନ ହେବାକୁ ପଡିଥିଲା I ଏହି ସମୟ ରେ ପ୍ରଚାର ପାଇଁ ଯାଇଥିଲା ବେଳେ ସାଂସଦଙ୍କୁ ଗୋ ବ୍ୟାକର ନାରା ଦେଇଥିଲେ ସ୍ଥାନୀୟ ଲୋକ । ସୁନ୍ଦରଗଡ ଜାମସେରା ବିସ୍ରାରେ ପ୍ରଚାର ସାରି ଜୁଏଲ ଫେରୁଥିବାବେଳେ ଏହି ଘଟଣା ଘଟିଛି । ଏହି ସମୟରେ ରାସ୍ତା ପାଖରେ ଉପସ୍ଥିତ ଥିବା ଲୋକ ଗୋ ବ୍ୟାକର ନାରା ଦେଇଥିଲେ । ପଂଚାୟତ ନିର୍ବାଚନ ବେଳେ ଜଣେ ଦଳୀୟ ମହିଳା କର୍ମୀଙ୍କୁ ସାଂସଦ ଅଶୋଭନୀୟ ଆଚରଣ ଦେଖାଇଥିବା ଅଭିଯୋଗ ହୋଇଥିଲ।। ଏ ନେଇ ତାଙ୍କ ବିରୋଧରେ ମହିଳା କର୍ମୀ ଜଣଙ୍କ ଥାନାରେ ଏତଲା ଦେଇଥିଲେ । ପରେ ଜୁଏଲ ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି । ବିବାଦୀୟ ହୋଇପଡିବା ପରେ ଜୁଏଲ ନିର୍ବାଚନ ପ୍ରଚାରରେ ସକ୍ରିୟ ନଥିଲେ । ଏବେ କିନ୍ତୁ ନିର୍ବାଚନ ପାଖେଇ ଆସୁଥିବା ଦେଖି ପୁଣିଥରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସାଂସଦ ଜୁଏଲ ଓରାମ । ସେହିପରି ଶାସକ ଦଳର ବହୁ ବଡ଼ ମୁଣ୍ଡି ନେତାମାନେ ମଧ୍ୟ ପ୍ରଚାର ବେଳେ ଜନ ଆକ୍ରୋଶ ର ଶିକାର ହେଉଥିବା ଦେଖିବାକୁ ମିଳିଛି I

Comments are closed, but trackbacks and pingbacks are open.