ଦୀପାବଳି ପରେ କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ

22

ଦୀପାବଳି ପରେ ରାଜ୍ୟରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଖୋଲିବାନେଇ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ I ଦୀପାବଳି ପରେ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ସ୍କୁଲ ର କେବଳ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବ। ସେହିପରି ନୂଆବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିପାରେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଥିଲା । କିନ୍ତୁ ପ୍ରଥମ, ଦ୍ୱିତିୟ ପିଲାଙ୍କୁ ସାମାଜିକ ଦୂରତା ବିଷୟରେ କହି କିଛି ଲାଭ ନାହିଁ। ତେଣୁ ସେମାନଙ୍କ ସ୍କୁଲ ଖୋଲିବା ପରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ରାଜ୍ୟରେ ଗତ ୨୫ତାରିଖରୁ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଥିବା ବେଳେ ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଥିବା କଥା ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.