ଅନଲାଇନ୍ ବେଟିଂ ଆପ୍ ମାମଲା: କ୍ରିକେଟର ଯୁବରାଜ ସିଂହଙ୍କୁ ଜେରା କରୁଛି ଇଡି

53

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଇଡି କାର୍ଯ୍ୟାଳୟରେ ତାଙ୍କୁ ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା କରାଯାଉଛି। ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପାଙ୍କୁ ଆଠ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା ​​ଏବଂ ଅନଲାଇନ୍ ବେଟିଂ ଆପ୍ ‘OneXBet’ ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କ ବୟାନ ରେକର୍ଡ କରିଥିଲା। ଅଧିକାରୀମାନେ କହିଛନ୍ତି ଯେ, ଉଥାପ୍ପା ସକାଳ ପ୍ରାୟ 11 ଟାରେ ଏଜେନ୍ସିର କାର୍ଯ୍ୟାଳୟରେ ପହଞ୍ଚି ସନ୍ଧ୍ୟା 7:30 ରେ ଯାଇଥିଲେ। ପୂର୍ବରୁ ଏହି ମାମଲାରେ ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧାୱନଙ୍କୁ ଏଜେନ୍ସି ଜେରା କରିଥିଲା। ଅଭିନେତ୍ରୀ ଏବଂ ପୂର୍ବତନ ତୃଣମୂଳ କଂଗ୍ରେସ (TMC) ସାଂସଦ ମିମି ଚକ୍ରବର୍ତ୍ତୀ ଏବଂ ବଙ୍ଗୀୟ ଅଭିନେତା ଅଙ୍କୁଶ ହାଜରାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଏହା ପରେ ଇଡି ପୂର୍ବତନ କ୍ରିକେଟର ଯୁବରାଜ ସିଂହ ଏବଂ ଅଭିନେତା ସୋନୁ ସୁଦଙ୍କୁ ସମାନ ମାମଲାରେ ପଚରାଉଚରା ପାଇଁ ସମନ କରିଥିଲା। ଏହି ସମ୍ପର୍କରେ ଯୁବରାଜ ସିଂହଙ୍କୁ ଇଡି ପଚରାଉଚରା କରୁଛି। ଏହା ପରେ, ED ସେପ୍ଟେମ୍ବର 24 ତାରିଖରେ ଅଭିନେତା ସୋନୁ ସୁଦଙ୍କୁ ମଧ୍ୟ ଜେରା କରିବ।

Comments are closed, but trackbacks and pingbacks are open.