କରୋନା ମହାମାରୀରେ ଦେଶ ରେ ୧ ଲକ୍ଷ ପିଲା ଅନାଥ ହେଇଛନ୍ତି :ଏନସିପିସିଆର

36

କରୋନା ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହର ରେ ଆଜି ଯାଏ ୧ ଲକ୍ଷ ପିଲା ଅନାଥ ହୋଇଛନ୍ତି ବୋଲି ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲଡ ରାଇଟସ (ଏନସିପିସିଆର) ଏକ ଆଶ୍ଚର୍ଯ୍ୟ ଚକିତ ତଥ୍ୟ ଦେଇଛନ୍ତି ଇବର୍ତ୍ତମାନ ଦେଶ ରେ ସାମ୍ଭାବ୍ୟ ତୃତୀୟ ଲହର କୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇ ସାରିଛନ୍ତି । ଏନସିପିସିଆର ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରାଇଥିବା ରିପୋର୍ଟ ମୁତାବକ କରୋନାର ଉଭୟ ଲହରରେ ଦେଶର ୧ ଲକ୍ଷ ପିଲା ସେମାନଙ୍କ ପିତା ମାତାଙ୍କୁ ହରାଇ ଅନାଥ ହୋଇଛନ୍ତି । ଅନାଥ ଶିଶୁମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ ପାଇଁ ‘ବାଲ ସ୍ୱରାଜ’ ନାମକ ଏକ ଉତ୍ସଗୀଗୃତ ୱେବସାଇଟ ଚଳାଉଥିବା ଏନସିପିସିଆର ଓକିଲ ସ୍ୱରୂପ ଚର୍ତୁବେଦୀଙ୍କ ମାଧ୍ୟମରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଛି । ଏହି ଆଫିଡେଭିଟରେ କୁହାଯାଇଛି କି, ଏପ୍ରିଲ ପହିଲା ୨୦୨୦ ରୁ ଅଗଷ୍ଟ ୨୩,୨୦୨୧ ମଧ୍ୟରେ କରୋନା ପାଇଁ ୧୦୧,୦୩୨ ଜଣ ପିଲା ଅନାଇ ହୋଇଯାଇଛନ୍ତି କିମ୍ବା ସେମାନଙ୍କ ମାତା ପିତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ।ଏନସିପିସିଆର ତଥ୍ୟ ମୁତାବକ ସେମାନଙ୍କ ମଧ୍ୟରେ ୮,୧୬୧ ଜଣ ପିଲା ସମ୍ପୁର୍ଣ୍ଣ ଅନାଥ, ୩୯୬ ଜଣ ପିଲା ପରିତ୍ୟକ୍ତ ଓ ୯୨,୪୭୫ ଜଣ ପିଲା ମାତାପିତାଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ।
ଏଭଳି ପରିସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟ ସରକାର କରୋନାରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ଅନେକ ପ୍ରକାର ସହାୟତା ଘୋଷଣା କରିଛନ୍ତି । ମାଗଣା ଶିକ୍ଷା, ମାସିକ ଭତ୍ତା ସହ କିଛି ରାଜ୍ୟ ସରକାର ଏକକାଳୀନ ସହାୟତା ରାଶି ବି ଘୋଷଣା କରିଛନ୍ତି I

Leave A Reply

Your email address will not be published.