ରାସ୍ତା କଡ଼କୁ କାର ଓଲଟି ଜଣେ ମୃତ

36

କେନ୍ଦୁଝର: କେନ୍ଦୁଝର ଜିଲା ୨୦ ନମ୍ବର ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା I ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଲା କାର I ଏହି ସଡ଼କ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବିମା ନିଗମର ଶାଖା ପରିଚାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ନାରାୟଣ ଚନ୍ଦ୍ର ମଲ୍ଲିକ। ସେ କେନ୍ଦୁଝର ଜିଲ୍ଲା ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟର ବ୍ରାଞ୍ଚ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ।

ଘଟନାନୁସାରେ, ଆଜି ସକାଳେ ଆନନ୍ଦପୁର ରେ ହେଉଥିବା ଏକ ବୈଠକରେ ଯୋଗ ଦେବାକୁ ଆସୁଥିଲେ ନାରାୟଣ ଚନ୍ଦ୍ର I ତାଙ୍କ କାରଟି ଘଷିପୁରା ଥାନା ଜାତୀୟ ରାଜପଥ ୨୦ ର ଦରଖୋଳା ଘାଟି ନିକଟ ରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା I

ଦୁର୍ଘଟଣାର ଖବର ପାଇ ଘଷିପୁରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସେଠାରୁ ଉଦ୍ଧାର କରି ଆନନ୍ଦପୁର ମେଡ଼ିକାଲ ରେ ଭର୍ତ୍ତି କରିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମେଡ଼ିକାଲ୍ ରେ ସ୍ଥାନୀୟ କାର୍ଯ୍ୟାଳୟ ର କର୍ମଚାରୀଙ୍କ ସମେତ ଅନେକ ଲୋକ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed, but trackbacks and pingbacks are open.