ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର ର ଗୋଟିଏ ଦିନ ପରେ ପଞ୍ଜାବର କଂଗ୍ରେସ ନେତା ସିଦ୍ଧୁ ମୋଜ ୱାଲାଙ୍କୁ ଗୁଳିକରି ହତ୍ୟା

41

ପଞ୍ଜାବ ର ଜଣାଶୁଣା ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସୱାଲାଙ୍କୁ ଗୁଳିକରି ହତ୍ୟା I ଏହା ସହିତ ଦୁର୍ବୁର୍ତ୍ତମାନେ ତାଙ୍କ କାର କୁ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ପଞ୍ଜାବ ର ମନସା ଠାରେ ଏହି ଗୁଳିକାଣ୍ଡ ହୋଇଥିଲା ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିରେ ଗୁରୁତର ମୋଜ ୱାଲାଙ୍କୁ ମନସା ହସ୍ପିଟାଲକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କୁ ପଞ୍ଜାବ ପୁଲିସ ଯୋଗାଇ ଦେଇଥିବା ସୁରକ୍ଷା ବ୍ୟବସ୍ଥା ଗତକାଲି ପ୍ରତ୍ୟାହାର କରିନେବା ପରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ଗତକାଲି ପଞ୍ଜାବ ପୁଲିସ ଅନ୍ୟ ୪୨୪ ଜଣଙ୍କ ସୁରକ୍ଷା ପ୍ରତ୍ୟାହାର କରିଛି। ସୂଚନାଯୋଗ୍ୟ, ସିଦ୍ଧୁ ମୋସେୱାଲା ମନସା ରୁ କଂଗ୍ରେସ ଟିକେଟରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ନିକଟତମ ପ୍ରତିଦ୍ୱନ୍ଦୀ ତଥା ଆପ୍‌ ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କଠାରୁ ୬୩,୦୦୦ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଦୁର୍ନୀତି ଅଭିଯୋଗରେ ବିଜୟ ସିଙ୍ଗଲାଙ୍କୁ ନିକଟରେ ପଞ୍ଜାବର ସିଏମ ଭଗବନ୍ତ ମନ ବରଖାସ୍ତ କରିଛନ୍ତି।

ସିଦ୍ଧୁ ମୁସୱାଲାଙ୍କ ମୃତ୍ୟୁକୁ ନେଇ ଟୁଇଟ୍ କରି କଂଗ୍ରେସ ଦୁଃଖ ପ୍ରକାଶ କରିଛି। ଦଳ ଟ୍ୱିଟ୍ କରି କହିଛି ଯେ ପଞ୍ଜାବର କଂଗ୍ରେସ ପ୍ରାର୍ଥୀ ତଥା ଦକ୍ଷ ସଂଗୀତଜ୍ଞ ସିଦ୍ଧୁ ମୋଜ୍ ୱାଲାଙ୍କ ହତ୍ୟା କଂଗ୍ରେସ ଦଳ ତଥା ସମଗ୍ର ଦେଶ ପାଇଁ ଏକ ବଡ଼ ଧକ୍କା ଦେଇଛି। ତାଙ୍କ ପରିବାର, ପ୍ରଶଂସକ ଏବଂ ବନ୍ଧୁମାନଙ୍କୁ ଆମର ଗଭୀର ସମବେଦନା I

ଗତ ମାସରେ ସିଦ୍ଧୁ ମୁସେୱାଲା ତାଙ୍କ ନୂତନ ଗୀତ ‘ବଲି କା ବକ୍ରା’ ନାଁରେ ଏକ ଗୀତ ରିଲିଜ କରିଥିଲେ ଇ ଏଥିରେ ସେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମର୍ଥକଙ୍କୁ ଟାର୍ଗେଟ କରିବା ପରେ ବିବାଦ ଉପୁଜିଥିଲା । ଏହି ଗୀତରେ ସେ ଆପ୍‌ ସମର୍ଥକଙ୍କୁ ଦେଶଦ୍ରୋହୀ ଆକ୍ଷେପ କରିଥିବା ଅଭିଯ୍ଗ ହୋଇଥିଲା।
୧୭ ଜୁନ୍ ୧୯୯୩ ରେ ଜନ୍ମଗ୍ରହଣ କରିଥିବା ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୋସେୱାଲା ମାନସା ଜିଲ୍ଲାର ମୁସା ଗାଁର ବାସିନ୍ଦା ଥିଲେ । ଏହି ଗୁଳିକାଣ୍ଡ ପାଇଁ ପଞ୍ଜାବ ବିଜେପି ପକ୍ଷ୍ରୁ ଆପ କୁ ଦାୟୀ କରାଯାଇଛି I

Comments are closed, but trackbacks and pingbacks are open.