ପୁଣି ଥରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହେଲେ ନବୀନ

452

ଭୁବନେଶ୍ୱର : ପୁଣି ଥରେ ସାରା ଦେଶରେ ଚମକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ ସର୍ଭେରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି ନବୀନ । ପ୍ରଥମ ସ୍ଥାନରେ ରହିଥିବା ନବୀନଙ୍କୁ ପାଖାଖାଖି ୬୧.୩ ପ୍ରତିଶତ ରେଟିଂ ମିଳିଛି । ଗତ ୨୦୦୦ ମସିହାରୁ ଦୀର୍ଘ ୨୩ ବର୍ଷ ଧରି ନିରଙ୍କୁଶ ଭାବେ କ୍ଷମତାରେ ରହି ଆସିଥିବା ନବୀନ ନିଜର ସ୍ୱଚ୍ଛ ଶାସନ ପାଇଁ ଜନତାଙ୍କ ମଧ୍ୟରେ ସୃଷ୍ଟି କରିପାରିଛନ୍ତି ଏକ ନିଆରା ପରିଚୟ ।

ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ୫୯.୧ ପ୍ରତିଶତ, ତୃତୀୟ ସ୍ଥାନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୫୭.୭ ପ୍ରତିଶତ, ଚତୁର୍ଥ ସ୍ଥାନରେ ଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ୫୫.୩ ପ୍ରତିଶତ ଓ ପଞ୍ଚମ ସ୍ଥାନରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ୪୯.୨ ପ୍ରତିଶତ ରେଟିଂ ମିଳିଛି ।

ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ମାସରେ ହୋଇଥିବା ମୁଡ୍ ଅଫ୍ ନେସନ ସର୍ଭେରେ ମଧ୍ୟ ନବୀନ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଥିଲେ । ସେହି ପୋଲରେ ନବୀନ ୭୩.୨ ପ୍ରତିଶତ ରେଟିଂ ପାଇଁ ସର୍ବାଗ୍ରେ ରହିଥିଲେ । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ୬୯.୨ ପ୍ରତିଶତ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କୁ ୬୮.୩ ପ୍ରତିଶତ ରେଟିଂ ମିଳିଥିଲା । ଲିଷ୍ଟରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ମଧ୍ୟ ସ୍ଥାନ ପାଇଥିଲେ ।

Comments are closed, but trackbacks and pingbacks are open.