ତୃତୀୟ ଦିନରେ ଭାରତ ଯୋଡ଼ ଯାତ୍ରା-କଂଗ୍ରେସକୁ ମିଳୁଛି ପ୍ରବଳ ଜନସମର୍ଥନ

20

ଭୁବନେଶ୍ୱର ତା ୪.୧୧- ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ଯୋଡ଼ ଯାତ୍ରା
ଜଗତପୁର ଠାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇ ଦିବା ୧ ଘଟିକା ସମୟରେ ଟାଙ୍ଗି
ଠାରେ ପଂହଚିଥିଲା । ଟାଙ୍ଗି ଠାରେ ଉପସ୍ଥିତ ସାଧାରଣ ଜନତା, ପଦଯାତ୍ରୀ ପ୍ରମୁଖଙ୍କୁ ସମ୍ବୋଦ୍ଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କର ରକ୍ତ ଶୋଷଣ କରୁଛନ୍ତି । ନବୀନ ସରକାର ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଉଛନ୍ତି କ୍ଷମତାକୁ ଆସିଲେ ତାହା ପୂରଣ କରୁ ନାହାନ୍ତି । ବିଭିନ୍ନ ଯୋଜନାର ଅର୍ଥ ବ୍ୟାପକ ହରିଲୁଟ ହେଉଛି । ଥାନା, ବ୍ଲକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସବୁ ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଯାଇଛି । ଯେଉଁ ସରକାରୀ ଅଫିସର ବିଜେଡ଼ି ଓ ବିଜେପିର ଚାଟୁକାର ସାଜି କଂଗ୍ରେସ ଲୋକ ଏବଂ ସାଧାରଣ ଜନତାଙ୍କୁ ହଇରାଣ କରୁଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ତାହାର ଦୃଢ଼ ଯବାବ ଦିଆଯିବ ବୋଲି ସର୍ତକ କରିଦେଇଛନ୍ତି । ଏଠି ମହିଳାମାନେ ଅତ୍ୟାଚାରିତ, ଚାଷୀ ଭୁଲୁଣ୍ଠିତ, ଯୁବକମାନେ ନିଯୁକ୍ତି ପାଇଁ ରାସ୍ତାରେ ଚିତ୍କାର କରୁଛନ୍ତି । ଓଡ଼ିଶା ରସାତଳଗାମୀ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଯୋଗାଡ଼ କରିବାରେ ବ୍ୟସ୍ତ । ଓଡ଼ିଶାର ଜନସାଧାରଣ ୨୨ ବର୍ଷ ଭୁଆଁ ବୁଲିଲେ । ଏବେ ପରିବର୍ତନର ସମୟ ଆସିଛି । ରାଜ୍ୟରେ ଓ ଦେଶରେ ମୁକ ବାଚାଳଙ୍କ ସରକାର ଚାଲିଛି । ଓଡ଼ିଶାରେ ୨୨ ବର୍ଷ ଭିତରେ ରାଜ୍ୟର ଅବସ୍ଥା ଦୁର୍ବଳରୁ ଦୁର୍ବଳ ହେଉଥିବା ବେଳେ ବିଜୁ ଜନତା ଦଳ ସବଳ ହେଉଛି । ଜନତାଙ୍କ ଅର୍ଥକୁ ଲୁଣ୍ଠନ କରି ବିଜୁ ଜନତା ଦଳ ନେତାମାନେ ଅୟେଶ କରୁଛନ୍ତି । ଏଠି ଚାଷୀର ଲୁହ, ଯୁବକ ଛାତିର କୋହ, ମହିଳାର ଯନ୍ତ୍ରଣା, ଛାତ୍ରର ପ୍ରତିବନ୍ଧକ ସଂପର୍କରେ ୨୨ ବର୍ଷ ଧରି ନବୀନବାବୁ ଜାଣିବାକୁ ଚେଷ୍ଟା କରିନାହାନ୍ତି । କେନ୍ଦ୍ରରେ ମୋଦି କେବଳ ଭାରତୀୟ ମାନଙ୍କୁ ବିଭାଜିତ କରି ଭୋଟ ହାତେଇବା କାର୍ଯ୍ୟକ୍ରମରେ ବ୍ୟସ୍ତ, ମହଙ୍ଗା ମାଡ଼ରେ ଆମେ ଅଣନିଶ୍ୱାସୀ ହେଉଥିବା ବେଳେ ଏହାର ପ୍ରତିକାର ପାଇଁ ମୋଦି ସରକାରଙ୍କ କୌଣସି ଯୋଜନା ନାହିଁ । ମୋଦି ତାଙ୍କ ପ୍ରତିଶୃତି ଅନୁଯାୟୀ ପ୍ରତି ଆକାଉଂଟଙ୍କୁ ୧୫ଲକ୍ଷ ଟଙ୍କା ଦେଲେ ନାହିଁ । ଦରଦାମ ନିୟନ୍ତ୍ରଣ କଲେ ନାହିଁ ବେକାର ଯୁବକଙ୍କୁ ନିଯୁକ୍ତି ଦେଲେ ନାହିଁ ବରଂ ରାଷ୍ଟ୍ରର ସଂପତିକୁ କିଛି ଅନ୍ତରଙ୍ଗ ଶିଳ୍ପପତିମାନଙ୍କ ହାତରେ ଟେକି ଦେଉଛନ୍ତି । ଦେଶର ଅର୍ଥନୈତିକ, ସାମାଜିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଅତି ଦୟନିୟ ସ୍ଥିତି ଦେଇ ଗତି କରୁଛି । ଲୋକେ ବିଜୁବାବୁଙ୍କ ସ୍ୱପ୍ନ ଓ ମୋଦିଙ୍କର ଆଛେଦିନର ବାସ୍ତବତା କଣ ତାହା ବୁଝିସାରିଲେଣି । କଂଗ୍ରେସ ଏକ ପ୍ରବାହମାନ ସ୍ରୋତ କୌଣସି ବନ୍ଧବାଡ଼ ଏହାକୁ ଅଟକାଇ ପାରିବ ନାହିଁ । ୧୯୯୦ ମସିହାରେ କଂଗ୍ରେସ ଓଡ଼ିଶାରେ ୧୦ଟି ବିଧାୟକ ପାଇଥିବା ବେଳେ ଠିକ୍ ୫ ବର୍ଷପରେ ୧୯୯୫ ରେ ବିଜୁବାବୁଙ୍କ ପରାସ୍ତ କରି ଏଠାରେ କଂଗ୍ରେସ ସରକାର ହୋଇଥିଲା । ଓଡ଼ିଶାର ପୁର ପଲ୍ଲୀରେ କଂଗ୍ରେସ ଲୋକ ମୋଦି ଓ ନବୀନ ସରକାରର ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରୁଛନ୍ତି ଓ ଅତ୍ୟାଚାରରେ ଶୀକାର ହେଉଛନ୍ତି । କଂଗ୍ରେସର ଆନ୍ଦୋଳନ ହିଁ ସାଧାରଣ ଲୋକଙ୍କର ସ୍ୱରର ପରିପ୍ରକାଶ । ଶ୍ରୀ ପଟ୍ଟନାୟକ ତାଙ୍କର ୯ରୁ ୯୦ ସଂଖ୍ୟଙ୍କ ବିଧାୟକ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାରେ ହାସଲ କରିବ ବୋଲି ଦୃଢ଼ତାର
ସହ କହିଥିଲେ । ଆଗାମୀ ନିର୍ବାଚନରେ କଂଗ୍ରେସର ପଥରୋଧ କରିପାରିବ ନାହିଁ । କଂଗ୍ରେସ କର୍ମୀହିଁ କଂଗ୍ରେସ ଦଳର ବଳ ।
ମଧ୍ୟାହ୍ନ ଭୋଜନ ବିରତି ସରିବା ପରେ ଅପରାହ୍ନ ୩ ଘଟିକା ସମୟରେ ଟାଙ୍ଗି ଠାରୁ ବାହାରି ଯାଜପୁର ଅଭିମୁଖେ ଯାତ୍ରା ଆରମ୍ଭ
ହୋଇଥିଲା । ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଛତିଆ ଠାରେ ଭାରତ ଯୋଡ଼ ଯାତ୍ରାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ କରାଯାଇଥିଲା ଏବଂ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଏଥିରେ ଯୋଗଦେଇଥିଲେ । ଏହାପରେ ପଥଯାତ୍ରୀମାନେ ବଡଚଣା ପେଟ୍ରୋଲ ପମ୍ପଠାରେ ପଂହଚିଥିଲେ ।

ଆଜି ଦିନ ତମାମ ଦୁଇଟି ପର୍ଯ୍ୟାୟ ଯାତ୍ରା ମହାପଟୁଆରରେ ହଜାର ହଜାର କଂଗ୍ରେସ କର୍ମୀ ଓ ଶୁଭେଛୁଙ୍କ ଗ୍ରହଣରେ ଯିବା ବାଟରେ ପ୍ରଦେଶ
କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ବିଭିନ୍ନ ଯାଗାରେ ସ୍ୱାଗତ କରାଯାଇଥିଲା ଏବଂ ଦେଖିବାକୁ ମିଳିଥିଲା ସାଧାରଣ ଜନତା ବିପୁଳ ଉତ୍ସାହ ଉଦ୍ଦିପନା ସହିତ ସ୍ୱତଃପ୍ରବୃତ ଭାବରେ ଏହି ଭାରତ ଯୋଡ଼ ପଦଯାତ୍ରାରେ କିଏ ସାମିଲ ହେଉଥିଲେ ତ ଆଉ କିଏ ନିଜ ଘର ଆଗରେ ଠିଆ ହୋଇ ହାତ ହଲାଇ ସମର୍ଥନ ଜଣାଉଥିଲେ । ଆଜି ଯାଜପୁର ଜିଲ୍ଲାର ବଡ଼ଚଣାଠାରେ ପଥଯାତ୍ରୀ ମାନଙ୍କ ପାଇଁ ପ୍ରସ୍ତୁତି କରାଯାଇଥିବା ରହଣୀ ଶିବିରରେ ପ୍ରଦେଶ କଂଗ୍ରେସ ସଭାପତି ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି କାର୍ଯ୍ୟକ୍ରମକୁ କଟକ ନଗର କଂଗ୍ରେସ ସଭାପତି ଶ୍ରୀ ସୁରେଶ ମହାପାତ୍ର, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ପରିଚାଳନା କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ, ଭୁଜବଳ ମାଝୀ, ରବି ମଲ୍ଲିକ, ବିଭୁତି ମିଶ୍ର, ବିଶ୍ୱରଞ୍ଜନ ମହାନ୍ତି, କିଶୋର ଜେନା, ବିଶ୍ୱଜିତ ଦାଶ, ସନତ ଦାସ, ବନ୍ଦିତା ପରିଡ଼ା, ଦେବେନ୍ଦ୍ର ସାହୁ, ଅଭିଷେକ ମହାନନ୍ଦ, ସରୋଜ ପଟ୍ଟନାୟକ, ପ୍ରଣତୀ ମିଶ୍ର, ଶୋଭା ସିଂ, ଜୟଶ୍ରୀ ପାତ୍ର, ପଦ୍ମାକର ଗୁରୁ, ପ୍ରକାଶ ମିଶ୍ର, ଅମୀୟ ପଟ୍ଟନାୟକ, ଗିତାଞ୍ଜଳି ମହାନ୍ତି, ସୁବତ୍ର ମହାପାତ୍ର, ସତ୍ୟବ୍ରତ ନାୟକ, ମନୋଜ ବିଶ୍ୱାଳ, ଡ. ବିପ୍ଳବ ଶିଲାଦିତ୍ୟ, ଦେବେନ୍ଦ୍ର ସାହୁ, କ୍ୟାପଟେନ ରାଜନାରାୟଣ ମହାପାତ୍ର, ବାଙ୍କନିଧି ବେହେରା, ସଂଜୟ ତ୍ରିପାଠୀ, ଲଲାଟେନ୍ଦୁ ଦାଶ, ପ୍ରଦୀପ ମହାପାତ୍ର, ଆଶିଷ ମଲ୍ଲିକ, ଜ୍ଞାନରଞ୍ଜନ ପଟ୍ଟନାୟକ, ଦୁର୍ଯ୍ୟୋଧନ ବେହେରା, ବିଷ୍ଣୁ ରାଉତ, ସନ୍ତୋଷ ବେହେରା, ଅନନ୍ତ ଦାସ, ବଟକୃଷ୍ଣ ମହାପାତ୍ର, ଅଜୟ ସାମଲ, ଦୀପକ ମହାପାତ୍ର, ଦୁର୍ଗା ପାଢ଼ୀ, ଆଶୁତୋଷ ବରାଳ, ରାଜକିଶୋର ବାରିକ, ବେଣୁଧର ପ୍ରଧାନ, ନଳିନୀ କାନ୍ତ ନାୟକ, କାର୍ତିକ କାଣ୍ଡି, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଶିଶିର ରଥ,ପ୍ରଭାତ ପ୍ରତାପ ସିଂ, ସାଗର ପରିଡ଼ା ଅଂଶଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ମନୋଜ ରାଉତ ଏବଂ ଆସନ୍ତା କାଲି ଚତୁର୍ଥ ଦିନରେ ଭାରତ ଯୋଡ଼ ଯାତ୍ରା ବଡ଼ଚଣା ପେଟ୍ରୋଲ ପମ୍ପଠାରୁ ବାହାରି ଚଣ୍ଡିଖୋଲ ଠାରେ ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ ପରେ ଜାରକା ପ୍ରେସକ୍ଲବ ପର୍ଯ୍ୟନ୍ତ ଯାତ୍ରା ପଂହଚିବ ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.