ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ଦିନରେ ୧୩୫୫୬ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

0 21

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି I ଆସନ୍ତା ଫେବୃଆରୀ ୧୬ ରୁ ୫ ପର୍ଯ୍ୟାୟରେ ତ୍ରିସ୍ତରୀୟ ନିଵେଚନ ଅନୁଷ୍ଠିତ ହେଉଛି ଇ ଏଥିପାଇଁ ଗତ କାଲିଠାରୁ ରାଜ୍ୟରେ ପ୍ରାର୍ଥୀମାନଙ୍କର ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଇଛି Iପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ଆଜି ଦ୍ବିତୀୟ ଦିନରେ ସମୁଦାୟ ୧୩୫୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୩ ହଜାର ୫୫୬ ଜଣଙ୍କ ମଧ୍ୟରୁ ୱାର୍ଡ ମେମ୍ବର ପଦବୀ ପାଇଁ ୧୦,୭୩୪ ଜଣକ ନାମାଙ୍କନ ଦାଖଲ କରିଥିବା ବେଳେ ୧୫୪୬ ଜଣ ସରପଞ୍ଚ ପ୍ରାର୍ଥୀ ରହିଛନ୍ତି । ସେହିପରି ଭାବରେ ୧୦୩୪ ଜଣ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୪୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହିଅନୁସାରେ ଆସନ୍ତା ୧୭ରୁ ୨୧ ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୨୨ରେ ଯାଞ୍ଚ, ୨୫ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୨୫ରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ବୋଲି କୁହାଯାଇଛି ।

Leave A Reply

Your email address will not be published.