ଗୁରୁଦିବସ ରେ ଗୁରୁ ଙ୍କୁ ସମ୍ମାନ ଓଡିଶା ରୁ ୨ ଜଣ ଶିକ୍ଷକ ଙ୍କ ସହିତ ୪୪ ଜଣ ପାଇଲେ ରାଷ୍ଟ୍ରପତି ପୁରସ୍କାର

23

ଆଜି ହେଉଛି ପବିତ୍ର ଗୁରୁଦିବସ । ଏହି ଅବସରରେ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଛାତ୍ରଛାତ୍ରୀଙ୍କ ବହୁମୁଖୀ ପ୍ରତିଭାକୁ ଚିହ୍ନିବାରେ ଶିକ୍ଷକ ମାନଙ୍କର ବଡ ଭୂମିକା ରହିଛି ବୋଲି, ରବିବାର ଗୁରୁ ଦିବସ ଅବସରରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ‘ଜାତୀୟ ଶିକ୍ଷକ ପୁରସ୍କାର’ ସମାରୋହରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ କହିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ୪୪ ଜଣ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇବା ସହ ଶିକ୍ଷକ ସମାଜ ଏକବିଂଶ ଶତାବ୍ଦୀରେ ଭାରତର ଭବିଷ୍ୟତକୁ ପରିବର୍ତନ କରିବେ ବୋଲି କହିଛନ୍ତି । ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀଙ୍କୁ ଓ ଗଞ୍ଜାମ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଜିତ୍ ସେଠୀ, ଶ୍ରେଷ୍ଠ ଶିକ୍ଷକ ଭାବରେ ,ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୂର୍ବତନ ରାଷ୍ଟ୍ରପତି ଡ଼ାକ୍ତର ଏପିଜେ ଅବଦୁଲ କଲାମଙ୍କ ଶିକ୍ଷକଙ୍କ ପ୍ରତି ଥିବା ସମ୍ମାନକୁ ସ୍ମୃତିଚାରଣ କରି ମହାମହିମ ରାଷ୍ଟ୍ରପତି କହିଛନ୍ତି ଯେ ନୂଆ ଜାତୀୟ ଶିକ୍ଷା ନୀତିରେ ଭାରତକୁ ବିଶ୍ୱ ଜ୍ଞାନର ମହାଶକ୍ତି ଭାବରେ ପ୍ରତିଷ୍ଠା କରିବ I
ସେହିପରି ଏହି କାର୍ଯ୍ୟକ୍ରମରେ କିମ୍ବଦନ୍ତୀ ଶିକ୍ଷକ ଭାରତରତ୍ନ ଡା. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କୋଭିଡ୍‌-୧୯ ସମୟରେ ଶିକ୍ଷାର ନିରନ୍ତରକୁ ସୁନିଶ୍ଚିତ କରିବାରେ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏକ ରାଷ୍ଟ୍ରର ଦ୍ରୁତ ବିକାଶ ପାଇଁ ଜଣେ ଶିକ୍ଷକ ଯେଉଁ ଭୂମିକା ଗ୍ରହଣ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଏକବିଂଶ ଶତାବ୍ଦୀରେ ଭାରତକୁ ରାଷ୍ଟ୍ରୀୟ ଶିକ୍ଷା ନୀତି ନୂଆ ଶିଖରକୁ ନେବା ପାଇଁ ଆମେ ସକଳ୍ପବଦ୍ଧ । ଗୁରୁ ଦିବସରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମସ୍ତଙ୍କୁ ପ୍ରେରଣା ଦେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.