ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ର ଶେଷଦିନରେ ବିରାଟ ପଟୁଆର ରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ଆଶାୟୀ

29

ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ର ଆଜି ଥିଲା ଶେଷ ଦିନ । ଗତ ୨ ତାରିଖ ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ଆଜି ୭ ତାରିଖ ରେ ଏହା ଶେଷ ହୋଇଛି I ଏଥର ମଇଦାନରେ ଆରମ୍ଭ ହେବ ଅସଲ ଲଢ଼େଇ । ଆଜି ଭୁବନେଶ୍ୱର ରେ ଦଳୀୟ ନେତ୍ରୀ ତଥା କର୍ପୋରେଟର ମାନେ ବିରାଟ ପଟୁଆର ରେ ଆସି ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଫିସ ରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ସେହିପରି ଆଜି ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ବିଧାୟକ ତଥା ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତଙ୍କ ସହିତ ରାଜଭବନ ନିକଟରୁ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ଏପଟେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂଙ୍କ ସହିତ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ଆଜି ନାମାଙ୍କନ ର ଶେଷ ଦିନରେ କଂଗ୍ରେସ ଦଳ ପକ୍ଷରୁ ବ୍ରହ୍ମପୁର ମହାନଗର ପାଇଁ ମେୟର ପ୍ରାର୍ଥୀ ଭାବରେ ରବି ରଥ ଙ୍କ ପତ୍ନୀ ମଞ୍ଜୁ ରଥ ଙ୍କ ନାଁ ଘୋଷଣା କରାଯାଇଛି I
ବ୍ରହ୍ମପୁର ମହାନଗର ମେୟର ପଦବୀ ପାଇଁ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ମେୟର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡି ଓ ବିଜେପି ମେୟର ପ୍ରାର୍ଥୀ କର୍ପୋରରେଟରଙ୍କ ସହିତ ବିରାଟ ପଟୁଆରରେ ଆସି ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏପଟେ କଂଗ୍ରେସର ମେୟର ପ୍ରାର୍ଥୀ ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେଡି ଦାବି କରିଛି ମେୟର ପଦବୀ ସହିତ ସବୁ କର୍ପୋରେଟର ଆସନରେ ବିଜୟ ହେବ । ଏପଟେ ବିଜେପି ଓ କଂଗ୍ରେସ ମଧ୍ୟ ସମାନ ଦାବି କରିଛନ୍ତି।
ଏପଟେ କଟକ ମହାନଗର ଅଫିସ ସମ୍ମୁଖ ବାଜା ବାଣ ସହିତ ପ୍ରାର୍ଥୀ ଓ ସମର୍ଥକଙ୍କ ନାଚର ତାଳେ ତାଳେ ଦୁଲକୁ ଥିଲା। ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ଓ ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ ନିଜ ନିଜର ସମର୍ଥକଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ କଟକ ସହରର ଉନ୍ନତି ପାଇଁ ସରକାର ବହୁତ କାର୍ଯ୍ୟ କରୁଥିବା ବେଳେ କିଭଳି ଆହୁରି ଅଧିକ ସହରର ଉନ୍ନତି ହୋଇପାରିବ ସେ ନେଇ କାର୍ଯ୍ୟ ହେବ ବୋଲି କହିଛନ୍ତି ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ । ସେହି ଭଳି ଅଭିନେତାରୁ ନେତା ହୋଇଥିବା ଶ୍ରୀତମ ଦାସ କହିଛନ୍ତି ସେ କଟକ ମାଟିର ପୁଅ । ଆଉ ସେ ବିଜୟୀ ହେଲେ କଟକ ମାଟି ପାଇଁ କାମ କରିବେ। ସେହିଭଳି କଟକର ସ୍ଵାଧୀନ ମେୟର ପ୍ରାର୍ଥୀ ଭାବେ ଡାକ୍ତର ଦେବାନନ୍ଦ ମହାପାତ୍ର, ବୃନ୍ଦାବନ ଦାସ ଆଜାଦ, ଦୟାନିଧି ନାୟକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏଥର ବିଶେଷ କରି ଭୁବନେଶ୍ୱରରେ ମେୟର ପଦ ପାଇଁ ଲଢ଼େଇ ରେ ଥିବା ବିଜେଡିର ସୁଲୋଚନା ଦାସ, ବିଜେପିର ସୁନୀତି ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ଙ୍କ ମଧ୍ୟରେ ମେୟର ଆସନ ଅଧିକାର ପାଇଁ କସରତ ଜୋରଦାର ହେବାକୁ ଯାଉଛି I

ତେବେ ଆସନ୍ତା ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚର ଶେଷ ତାରିଖ ଥିବା ବେଳେ ୧୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

Comments are closed, but trackbacks and pingbacks are open.