ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦୁଆର ଖୋଲାଯିବା ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦ ଡାକରା ଦେଇଛି ଶ୍ରୀଜଗନ୍ନାଥ ସେନା। କାଳିଆ ଠାକୁର ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବ ବୋଲି ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏବଂ ଏହା ସମ୍ପୂର୍ଣ୍ଣ ଶାନ୍ତି ପୂର୍ଣ୍ଣ ଭାବରେ କରାଯିବ ।
ଆଗାମୀ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଜଗନ୍ନାଥ ସେନା ବିରୋଧ କରିଛି। ଭିତର ରତ୍ନଭଣ୍ଡାରର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ରିପୋର୍ଟ ଦେଇଛି ହେଲା ତାକୁ ଖୋଲି ମରାମତି କରାଯାଉନାହିଁ।
Comments are closed, but trackbacks and pingbacks are open.