ରାଜ୍ୟରେ ୧୯ ଓ ୨୦ ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନଓ୍ଵାଡି

40

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆଉ ୨ଦିନ ପାଇଁ ଛୁୂଟି ଘୋଷଣା କରିଛନ୍ତି । ଆସନ୍ତା ୧୯ ଓ ୨୦ତାରିଖ ଦୁଇଦିନ ଧରି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ୧୭ତାରିଖରୁ ସ୍କୁଲ ଖୋଲିବା ସହ ପାଠପଢ଼ା ସକାଳ ସାଢ଼େ ୬ଟାରୁ ୧୧ଟା ପର୍ଯ୍ୟନ୍ତ କରିବା ପାଇଁ ରାଜ୍ୟ ସରକାର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଥିଲେ । ମାତ୍ର ଗତ ଦୁଇଦିନ ଧରି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସରକାର ପୁଣିଥରେ ଆଜି ଆଉ ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଟୁଇଟ୍ କରି ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ୨୯ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସର୍ବାଧିକ ଝାରସୁଗୁଡାରେ ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ ଥିବା ବେଳେ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ୪୨.୨ ଡିଗ୍ରୀ ହୋଇଛି ।

Comments are closed, but trackbacks and pingbacks are open.