ଓମିକ୍ରନ୍ ଏବଂ ଡେଲଟା ର ନୂଆ ପ୍ରଜାତି ‘ଡେ଼ଲ୍ଟା କ୍ରନ’ ଭୁତାଣୁ ଭାରତ ରେ ଚିହ୍ନଟ

32

ଦୀର୍ଘ ଦୁଇ ବର୍ଷ ଧରି ଭାରତରେ କରୋନା କଲବଲ କଲାପରେ ବର୍ତ୍ତମାନ ସ୍ଥିତି ରେ ସୁଧାର ଆସିଛି I କରୋନା ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଇବାପରେ ଦେଶବାସୀ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଛନ୍ତି I କିନ୍ତୁ ବର୍ତ୍ତମାନ ଆଉ ଏକ ଚିନ୍ତା ଜନକ ପରିସ୍ଥିତି ହେବାକୁ ଯାଉଛି I କୋଭିଡ୍ -19 ର ଏକ ନୂତନ ପ୍ରଜାତି ଭାରତରେ ମୁଣ୍ଡ ଟେକି ଲାଣି । ଏହା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଓ ଡେଲ୍ଟାରୁ ମିଳିତ ଭାବେ ସୃଷ୍ଟି ହୋଇଛି, ଯାହାର ନାଁ ଡେଲ୍ଟାକ୍ରନ ରହିଛି । ଡେଲ୍ଟାକ୍ରନ୍ ଭାରିଆଣ୍ଟ ଭାରତରେ ଅନେକ ରାଜ୍ୟରେ ଏହି ସଂକ୍ରମିତ ଚିହ୍ନଟ ହେଇସାରିଲେଣି I

ମିଳିଥିବା ରିପୋର୍ଟ ଅନୁସାରେ, ତେଲେଙ୍ଗାନା ଟୁଡେ ଦ୍ୱାରା ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ,ଭାରତରେ କୋଭିଡ ଜେନୋମିକ୍ସ କନସୋର୍ସିୟମ ବା ଆଇଏନଏସଏସିଓଜି ଓ ଜିଏସଏଆଇଡି ସୂଚନା ଦେଇଛି କି ଦେଶରେ ୫୬୮ ମାମଲାର ଯାଞ୍ଚ ଚାଲିଛି । ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ୨୨୧ ମାମଲାରେ ଡେଲ୍ଟାକ୍ରନ ଭାରିଆଣ୍ଟର ସଂକେତ ମିଳିଛି, ଯାହାକି ହଟସ୍ପଟ ପାଲଟିଛି । ଏହାପରେ ତାମିଲନାଡୁରେ ୯୦, ମହାରାଷ୍ଟ୍ରରେ ୩୩, ଗୁଜରାଟରେ ୩୩, ପଶ୍ଚିମବଙ୍ଗରେ ୩୨ ଓ ତେଲଙ୍ଗାନାରେ ୨୫ ଓ ନୂଆଦିଲ୍ଲୀରେ ୨୦ ମାମଲାର ଯାଞ୍ଚ ଚାଲିଛି ।
ବିଶେଷଜ୍ଞଙ୍କ ଅନୁଯାୟୀ, ଏହା ଏକ ସୁପର-ସୁପର-ମ୍ୟୁଟାଣ୍ଟ ଜୀବାଣୁ, ଯାହାର ଵୈଜ୍ଞାନିକ ନାମ BA.1 B.1.617.2 I ବିଶେଷଜ୍ଞ ଙ୍କ ମତରେ ଡେଲଟା ଏବଂ ଓମିକ୍ରନ୍ ଦ୍ୱାରା ସୃଷ୍ଟି ହୋଇଥିବା ଏହି ଭୁତାଣୁ ରେ ହାଇବ୍ରିଡ୍ ଷ୍ଟ୍ରେନ୍ ଅଛି, ଯାହା ଗତ ମାସରେ ସାଇପ୍ରସର ଅନୁସନ୍ଧାନକାରୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା I ୨୦୨୨ ଜାନୁଆରୀରେ ଏହି ଭାଇରସ୍ ଫ୍ରାନ୍ସ ରେ ବ୍ୟାପିବା ଆରମ୍ଭ କରିଥିଲା ଓ ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ତେବେ ଡେଲ୍ଟାକ୍ରନ ଭାଇରସ୍ କେତେ କ୍ଷତିକାରକ , ସେନେଇ ବୈଜ୍ଞାନିକଙ୍କ ରିସର୍ଚ୍ଚ ଚାଲିଛି ।

Comments are closed, but trackbacks and pingbacks are open.