‘ଓମିକ୍ରନ’ଭୟ : ଓଡିଶାରୁ ଏ ପର୍ଯ୍ୟନ୍ତ ୪୦ ଲକ୍ଷ ନେଇ ନାହାନ୍ତି ଟୀକା

14

ଓମିକ୍ରନ ସଂକ୍ରମଣ ରୁ ଲୋକ ମାନଙ୍କୁ ସୁରକ୍ଷା ଦେବାକୁ ବର୍ତ୍ତମାନ ସାରା ବିଶ୍ୱରେ ଟୀକାକରଣ କୁ ଜୋରଦାର କରିବା ପାଇଁ ପ୍ରୟାସ ଚାଲିଛି ଇ ଗତକାଲି ବ୍ରିଟେନ ର ପ୍ରଥମ ଓମିକ୍ରନ ସଂକ୍ରମିତ ଙ୍କ ମୃତ୍ୟୁ ହୋଇଛି ଇ ଏହାପରେ ବ୍ରିଟେନ ପ୍ରଧାନ ମନ୍ତ୍ରୀ ବରିଶ ଜନସନ ଟୀକାକରଣ କୁ ଗୁରୁତ୍ୱ ଦେବା ସହ ବୁଷ୍ଟର ଡୋଜ ନେବାକୁ କହିଥିଲେ I ସେହିପରି ବର୍ତ୍ତମାନ ଯାଏ ଓଡିଶା କୁ ଓମିକ୍ରନ ସଂକ୍ରମଣ ପହଂଚି ନ ଥିଲେ ମଧ୍ୟ ସମସ୍ତଙ୍କୁ ଯଥାଶୀଘ୍ର ଟୀକା ନେବାକୁ ଅନୁରୋଧ କରିଛି ସ୍ବାସ୍ଥ୍ୟ ବିଭାଗ । ୧୦୦ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟୀକା ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ୍‌ ରହିଛି । ଲୋକଙ୍କୁ ଟୀକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ଜନପ୍ରତିନିଧି ଓ ଗାଁରେ ଥିବା ସାମାଜିକ କର୍ମୀ ଅନୁରୋଧ କରୁଛି ସ୍ବାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ । ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟୀକା ନେଇନାହାନ୍ତି । ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ ।

ସେହିପରି ଏବେ ଯାଏଁ ୪ କୋଟି ୬୨ ଲକ୍ଷ ଭ୍ୟାକ୍‌ସିନ୍‌ ଡୋଜ୍ ଦିଆସରିଲାଣି । ୮୭.୪ ପ୍ରତିଶତ ପ୍ରଥମ ଡୋଜ୍ ସରିଛି । ଆଉ ପ୍ରାୟ ୪୦ ଲକ୍ଷ ଲୋକ ଟିକା ନେଇନାହାନ୍ତି । ଖୁବଶୀଘ୍ର ସେମାନଙ୍କୁ ଟିକା ଦିଆଯିବାକୁ ସ୍ୱାସ୍ଥ୍ୟ ବିଭାଗ ଟାର୍ଗେଟ ରଖିଛି ।
ତେବେ ସ୍ୱାସ୍ଥ୍ୟ ବିଭାଗ ଆହୁତି କହିଛି ଯେ ଓମିକ୍ରନ ସଂକ୍ରମଣ ପ୍ରାଣଘାତକ ନ ହେଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢାଇପାରେ ଇସେହିପରି ଓମିକ୍ରନ ସଂକ୍ରମଣ ବଢିବା ଫଳରେ କରୋନା ର ୩ୟ ଲହର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ I ତେଣୁ ପୁଣି ଥରେ ରାଜ୍ୟ ବାସୀ କୋଭିଡ ଗାଇଡ଼ ଲାଇନ କୁ କଡା କଡ଼ି ଭାବରେ ପାଳନ କରିବା ଉଚ୍ଚିତ ଏହା ସହିତ ଆବଶ୍ୟକ ନ ହେଲେ ବାହାରକୁ ବାହାରିବା ଏବଂ ଭିଡ଼ ଭାଡ଼ି ଠାରୁ ନିଜକୁ ଦୁରେଇ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯାଇଛି I

Leave A Reply

Your email address will not be published.