ଓମିକ୍ରନ :ସଂକ୍ରମଣ ବୃଦ୍ଧି ପାଉଥିବାରୁ,ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ଟିକାକରଣ ଉପରେ ଗୁରୁତ୍ତ୍ଵ ଦେବାକୁ କହିଲେ ନିର୍ବାଚନ କମିଶନ

0 19

ଦେଶରେ ବର୍ତ୍ତମାନ କ୍ରମାଗତ ଭାବରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି I ସଂକ୍ରମଣ କୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ହେବାକୁ ଥିବା ୫ ଟି ରାଜ୍ୟ ର ନିର୍ବାଚନ ପୂର୍ବରୁ ଟିକାକରଣ କୁ ତ୍ୱରାନ୍ୱିତ କରିବାକୁ କହିଲେ ନିର୍ବାଚନ କମିଶନ ।ଏହି ଏଡ଼ାଇବା ପାଇଁ ନିର୍ବାଚନ କମିଶନ କେନ୍ଦ୍ର ସରକାରକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ହେବାକୁ ଥିବା ରାଜ୍ୟରେ ସମସ୍ତେ କରୋନାର ଦୁଇଟି ଟିକା ନେବା ଜରୁରୀ ବୋଲି ନିର୍ବାଚନ କମିଶନ କହିଛନ୍ତି ।
ସୂଚନା ମୁତାବକ, ୨୦୨୨ର ପ୍ରଥମ ତିନିମାସ ରେ ଦେଶରେ ପାଞ୍ଚଟି ରାଜ୍ୟ ଯଥା – ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ ମତଦାନ ହେବାର କାର୍ଯ୍ୟକ୍ରମ ରହିଛି । କୋଭିଡ୍ -୧୯ ମାମଲାରେ ବୃଦ୍ଧି ଏବଂ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଭାରତ‌ରେ ବଢ଼ୁଥିବାରୁ ଏହି ସବୁ ରାଜ୍ୟରେ ନିର୍ବାଚନ ଏବଂ ରାଲି କରିବା ନେଇ ଚିନ୍ତା ପ୍ରକଟ କରାଯାଇଛି ।
ସୋମବାର ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ନିର୍ବାଚନ ଆୟୋଗକୁ ନିର୍ବ‌ାଚନ ହେବାକୁ ଥିବା ପ୍ରତ୍ୟେକ ରାଜ୍ୟରେ ଟିକାକରଣ ହାର ବିଷୟରେ ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ଏବଂ ଗୋଆରେ ସମସ୍ତେ ପ୍ରଥମ ଡୋଜ ନେଇ ସାରିଥିବା ବେଳେ ଉତ୍ତରପ୍ରଦେଶରେ ୮୫ପ୍ରତିଶତ, ମଣିପୁର ଏବଂ ପଞ୍ଜାବରେ ୮୦ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇସାରିଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ତଥ୍ୟ ପାଇବା ପରେ ଯେଉଁ ରାଜ୍ୟଗୁଡ଼ିକରେ ଟିକାକରଣ ସଂଖ୍ୟା କମ ରହିଛି ସେଠାରେ ଟିକାକରଣଙ୍କୁ ତ୍ୱରାନ୍ୱିତ କରିବାକୁ ନିର୍ବାଚନ କମିଶନ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ କହିଛନ୍ତି ।

Leave A Reply

Your email address will not be published.