ଦୁଇ ଘଣ୍ଟାରେ ଚିହ୍ନଟ ହେଇପାରିବ ‘ଓମିକ୍ରନ୍‌’ସଂକ୍ରମଣ

19

ସାରା ବିଶ୍ୱରେ କରୋନାର ନୂଆ ପ୍ରଜାତି ଓମିକ୍ରନ୍ କୁ ନେଇ ଆଶଙ୍କା ଲାଗିରହିଥିବା ବେଳେ ବର୍ତ୍ତମାନ ଏକ ଆଶ୍ବସ୍ତି କର ଖବର ସାମ୍ନା କୁ ଆସିଛି I ଆସାମର ଦିବ୍ରୁଗଡ ସ୍ଥିତ ICMR। ଦ୍ୱାରା ନିର୍ମିତ ନୂଆ ଟେଷ୍ଟିଙ୍ଗ କୀଟ ରେ ଓମିକ୍ରନ୍ ଭାରିଏଣ୍ଟ ସଂକ୍ରମଣ ମାତ୍ର ଦୁଇ ଘଣ୍ଟା ରେ ଚିହ୍ନଟ ହେଇପାରୁଥିବା ଜଣାପଡିଛି I ତେଣୁ ଯେତେଶୀଘ୍ର ସମ୍ଭବ ଏହି ଭାରିଏଣ୍ଟ୍ ଦ୍ୱାରା ସଂକ୍ରମିତଙ୍କୁ ଚିହ୍ନଟ କରି ଆଇସୋଲେସନ୍‌ରେ ରଖାଯିବା ଉପରେ ସମସ୍ତେ ଗୁରୁତ୍ୱ ଦେଉଛନ୍ତି।
ତେବେ ବର୍ତ୍ତମାନ ଉପଲବ୍ଧ ସୁବିଧାରେ ଜଣେ କରୋନାର ନୂଆ ରୂପ ଓମିକ୍ରନ୍ ଦ୍ୱାରା ସଂକ୍ରମିତ କି ନାହିଁ ଜାଣିବା ପାଇଁ ୩ରୁ ୪ ଦିନ ସମୟ ଲାଗୁଥିଲା। ହେଲେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ICMR ଦ୍ୱାରା ବିକଶିତ ନୂଆ କିଟ୍ ସାହାଯ୍ୟରେ ମାତ୍ର ୨ ଘଣ୍ଟାରେ ଏହାକୁ ଚିହ୍ନଟ କରିପାରିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଆସାମ ଦିବ୍ରୁଗଡ଼ ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରରେ ଏହାକୁ ଡିଜାଇନ୍ କରାଯାଇଛି। ଡକ୍ଟର ବିଶ୍ୱଜ୍ୟୋତି ବୋରକାକୋଟିଙ୍କ ନେତୃତ୍ୱରେ ଆଇସିଏମ୍ଆର୍‌ର ବୈଜ୍ଞାନିକମାନେ ଏହି କିଟ୍‌କୁ ତିଆରି କରିଛନ୍ତି। ଏହି ଶହେ ପ୍ରତିଶତ ସଠିକ୍‌ ରିପୋର୍ଟ ଦେଖାଇବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। କୋଲକାତା ଭିତ୍ତିକ କମ୍ପାନୀ ଜିସିସି ବାୟୋଟେକ୍ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ ଅଧୀନରେ ବଡ ସ୍ତରରେ ଏହି କିଟ୍ ପ୍ରସ୍ତୁତ କରିବ।
ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ଓମିକ୍ରନ୍‌ର ୩୩ ଟି ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଅଧିକ ସଂକ୍ରାମକ ଓ ମାରାତ୍ମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ତେବେ ପ୍ରାରମ୍ଭିକ ଅନୁସନ୍ଧାନରେ, ଡେଲ୍ଟା ଅପେକ୍ଷା ଓମିକ୍ରନ୍ ଅଧିକ ମାରାତ୍ମକ ନୁହେଁ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ତଥାପି ସତର୍କତା ଅବଲମ୍ବନ ଏବଂ କୋଭିଡ ଗାଇଡ଼ ଲାଇନ କୁ କଡାକଡି ପାଳନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟବିଭାଗ ତରଫରୁ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି I

Leave A Reply

Your email address will not be published.