ବନ୍ଦ ହେବେ Ola ଏବଂ uber !

22

Ola ଏବଂ uber ସର୍ଭିସ ଗ୍ରାହକଙ୍କୁ ଦେବାକୁ ଯାଉଛି ଝଟକା । ଭାରତରେ ବନ୍ଦ କ୍ୟାବ ସର୍ଭିସ । କ୍ୟାବ ଏବଂ ବାଇକ୍ ସର୍ଭିସକୁ ବନ୍ଦ କରିବାର ନିଷ୍ପତ୍ତି ସମସ୍ତ କ୍ୟାବ କର୍ମଚାରୀ ସଂଘ , ସମସ୍ତ ବାଇକ୍ , ଟ୍ୟାକ୍ସି ସଂଘ ନେଇଛନ୍ତି । ଏହି ୨ଟି ସଂଘ ଅଭିଯୋଗ ଆଣିଛନ୍ତି ଯେ, କ୍ୟାବ୍ ଏଗ୍ରୀଗେଟର୍ସ ଦ୍ୱାରା କ୍ୟାବ ଡ୍ରାଇଭର ମାନଙ୍କୁ ଲଗାତାର ଉତ୍ପୀଡ଼ନ କରାଯାଉଛି । ଏକ ପ୍ରେସ ଆଲୋଚନାଚକ୍ରରେ କୁହାଯାଇଛି ଯେ, କମ୍ପାନୀ ଦ୍ୱାରା ଦିଆଯାଇଥିବା କ୍ୟାବ ସେବା ବିଭ୍ରାନ୍ତିକର ଅଟେ ଏବଂ ଏଥିରେ ଡ୍ରାଇଭର ମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଶୋଷିତ ହୋଇଛନ୍ତି ।

ସେଥିପାଇଁ ସଂଘମାନେ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଅଲ ଆସାମ କ୍ୟାବ କର୍ମଚାରୀ ସଂଘ ତରଫରୁ କୁହାଯାଇଥିଲା ଯେ, ଓଲା ଓ ଉବର ସର୍ଭିସକୁ ୨୦୧୫ରେ ଆରମ୍ଭ କରାଯାଇଥିଲା । ପ୍ରଥମ ବର୍ଷରେ ଏହି କମ୍ପାନୀ ଭଲ ଇନସେନଟିବ୍ ଦେଇଥିଲା, ହେଲେ ସମୟ ବିତିବା ପରେ ଡ୍ରାଇଭର ମାନଙ୍କୁ ହ୍ରାସ କରାଯାଇଥିଲା । ସଂଘ ତରଫରୁ କୁହାଯାଇଛି ଯେ, ପ୍ରତ୍ୟେକ ଟ୍ରିପ ପାଇଁ କ୍ୟାବ୍ ଡ୍ରାଇଭର ଠାରୁ ୪୦ ରୁ ୬୦ ପ୍ରତିଶତ କମିଶନ ଚାର୍ଜ କରାଯିବାକୁ ଲାଗିଲା ।

ଯଦି ଏହିପରି ଭାବେ ଡ୍ରାଇଭରଙ୍କ ଠାରୁ କମିଶନ ନିଆଯିବ ତେବେ ସେମାନଙ୍କ ପାଖେ ଆଉ କିଛି ବଞ୍ଚୁନାହିଁ । ସେମାନେ ୧୮-୨୦ ଘଣ୍ଟା କାମ କରନ୍ତି ଏବଂ ଇଷ୍ଟଲମେଣ୍ଟ ଓ ଅନ୍ୟାନ୍ୟ ଲୋନ୍ସ କୁ ସୁଜୁଛନ୍ତି । ତେବେ ଏହାକୁ ନେଇ ଓଲା ଓ ଉବର ଡ୍ରାଇଭରଙ୍କ ପକ୍ଷରୁ ଏହାକୁ ବନ୍ଦ ଡାକାରା ଦିଆଯାଇଛି ।

Comments are closed, but trackbacks and pingbacks are open.