ବାହାରିଲା OJEE ରେଜଲ୍ଟ, ୪୯ ହଜାର ୨୭୯ ଛାତ୍ରଛାତ୍ରୀଙ୍କୁ ମିଳିଛି ରାଙ୍କ୍

30

ବୁଧବାର ଦିନ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ରେଜଲ୍ଟ ପ୍ରକାଶ ପାଇଛି । ମୋଟ୍ ୪୯ ହଜାର ୨୭୯ ଛାତ୍ରଛାତ୍ରୀଙ୍କୁ ରାଙ୍କ ମିଳିଛି । ମୋଟ୍ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ୱେବସାଇଟ୍ ojee.nic.inରୁ ଛାତ୍ରଛାତ୍ରୀ ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ । ବି-ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମା- ଲକ୍ଷ୍ମୀପ୍ରିୟା ସେନାପତି, MBAରେ ଆଶୁତୋଷ ରଥ ଟପ୍ପର ହୋଇଛନ୍ତି। ସେହିପରି MCAରେ ନିଶିକାନ୍ତ ପରିଡ଼ା, ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି। www.ojee.nic.inରେ ପରୀକ୍ଷାର୍ଥୀ ରାଙ୍କ କାର୍ଡ ପାଇପାରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.