ମେ’ ମାସରେ ହେବ ଓଜେଇଇ ପରୀକ୍ଷା; ଆଜିଠୁ କରନ୍ତୁ ଆବେଦନ

49

ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା । ମେ’ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପରୀକ୍ଷା ହୋଇପାରେ । ଏଥିପାଇଁ ଆଜିଠୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ରାଜ୍ୟରେ ଥିବା ସମସ୍ତ ସରକାରୀ ଏବଂ ଘରୋଇ ବିଶ୍‌:ବିଦ୍ୟାଳୟ ଓ କଲେଜରେ ବି.ଫାର୍ମା, ବି.କାର୍ଟ, ଏମ.ଏସସି(କମ୍ପ୍ୟୁଟର ସାଇନ୍ସ), ଏମବିଏ, ଇଣ୍ଟିଗ୍ରେଟେଡ ଏମବିଏ, ଏମଟେକ, ଏମଟେକ( ପାର୍ଟ ଟାଇମ), ଏମ.ଆର୍କ, ଏମ ପ୍ଲାନ, ଏମ.ଫାର୍ମା, ଲାଟେରାଲ ଏଣ୍ଟ୍ରି, ବି.ଟେକ ଓ ଲାଟେରାଲ ଏଣ୍ଟ୍ରି ବି. ଫର୍ମା ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପ୍ରବେଶିକା ପରୀକ୍ଷା କରାଯିବ ।

ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ହେବ । ଏ ସମ୍ପର୍କିତ ଅଧିକ ସୂଚନାପାଇଁ ଛାତ୍ରଛାତ୍ରୀ ଓଜେଇଇର :ବେସାଇଟ ଙ୍ଗଙ୍ଗଙ୍ଗ.କ୍ଟହରର.ଦ୍ଭସମ.ସଦ୍ଭ ରୁ ତଥ୍ୟ ପାଇ ପାରିବେ । ଫେବ୍ରୁଆରୀ ୧୦ୁ ମାର୍ଚ୍ଚ ୨୦ ଭିତରେ ଏହି ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଏଠି କହିରଖିବୁ, ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିପାରିବେ ନାହିଁ ।

ସେମାନେ କେବଳ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଓଡ଼ିଶା ସରକାରୀ କଲେଜରେ ନାମ ଲେଖାଇବା ପାଇଁ ବହାର ରାଜ୍ୟ ପିଲାଙ୍କୁ ସର୍ବ ଭାରତୀୟ ସ୍ତରରେ ହେଉଥିବା ଓଜେଇଇ ମେନ ପରୀକ୍ଷା ଦେବାକୁ ପଡିବ ।

Comments are closed, but trackbacks and pingbacks are open.