ନୂଆଦିଲ୍ଲୀ: ଭାରତ ପତାକା ଥିବା ୩ ଅଶୋଧିତ ତୈଳ ଟ୍ୟାଙ୍କର ଜାହାଜ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବନ୍ଦର, ପୋତ ପରିବହନ ଓ ଜଳ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ l ଏହି ଜାହାଜମାନଙ୍କରେ ୯୪ ଜଣ ଭାରତୀୟ ଚାଳକ ଦଳ ସଦସ୍ୟ ଅଛନ୍ତି। ଏହି ୩ଟି ତୈଳବାହୀ ଟ୍ୟାଙ୍କର ଜାହାଜରେ ପାଖାପାଖି ୮.୬ ଲକ୍ଷ ଟନରୁ ଅଧିକ ଅଶୋଧିତ ତୈଳ ଅଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ‘ଦେଶ ବୈଭବ’, ‘ଦେଶ ବିଭୋର’ ଓ ‘ସନମାର ହେରାଲ୍ଡ’ ନାମକ ଏହି ଟ୍ୟାଙ୍କର ଜାହାଜ ୨୪ ଜୁନରୁ ଜୁଲାଇ ୧ ତାରିଖ ସୁଦ୍ଧା ଭାରତ ପହଞ୍ଚିବାର ସମ୍ଭାବନା ରହିଛି। ଏଥିରେ ଦେଶ ବୈଭବ ଜୁନ ୨୪ ତାରିଖ ଦିନ ଭାଡିନାର ବନ୍ଦରରେ ଲାଗିବାର ସମ୍ଭାବନା ରହିଛି। ସେହିପରି ଦେଶ ବିଭୋର ମଧ୍ୟ ସେହିଦିନ ସିକ୍କା ପୋର୍ଟକୁ ପହଞ୍ଚିବାର ଅନୁମାନ କରାଯାଉଛି। ତୃତୀୟ ଭାରତୀୟ ପତାକାଧାରୀ ଟ୍ୟାଙ୍କର ଯିଏ ଶନିବାର ହର୍ମୁଜ ପ୍ରଣାଳୀ ପାର କରିଛି ଏହା ହୁଏତ ଜୁଲାଇ ୧ ତାରିଖରେ ଓଡ଼ିଶାର ପାରାଦ୍ୱୀପ ବନ୍ଦରକୁ ପହଞ୍ଚିବ। କେନ୍ଦ୍ରମନ୍ତ୍ରୀ ସୋନୱାଲ ଏ ନେଇ ସୋସିଆଲ ମିଡିଆ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ପୋଷ୍ଟରେ ସୋନୱାଲ ଉଲ୍ଲେଖ କରିଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱରେ ସରକାର ଭାରତର ସାମୁଦ୍ରିକ ହିତ ସୁରକ୍ଷାର ସର୍ବୋଚ୍ଚ ପ୍ରାଥମିକତା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି। ମନ୍ତ୍ରାଳୟ ସବୁ ସମ୍ବଦ୍ଧିତ ଏଜେନ୍ସୀଙ୍କ ସହିତ ସକ୍ରିୟ ସମନ୍ୱୟ କରୁଛନ୍ତି, ଯାହାଦ୍ୱାରା ଭାରତୀୟ ନାବିକ ଓ ଦେଶର ଇନ୍ଧନ ଯୋଗାଣ ଶୃଙ୍ଖଳାର ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ।
Comments are closed, but trackbacks and pingbacks are open.