ଦେଶରେ କ୍ରମାଗତ ୭ମ ଥର ପାଇଁ ବଢ଼ିଲା ତୈଳଦର

26

କରୋନା କାଳରେ ଲୋକେ ହନ୍ତସନ୍ତ ହେଉଥବା ବେଳେ ତୈଳଦର ଥମିବାର ନାଁ ଧରୁନି ଆଜି କ୍ରମାଗତ ୭ମ ଦିନ ପାଇଁ ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ସମଗ୍ର ଦେଶରେ ପେଟ୍ରୋଲର ଲିଟର ପିଛା ୨୬ରୁ ୩୦ ପଇସା ବଢ଼ିଥିବା ବେଳେ ଡିଜେଲ ୩୩ରୁ ୩୭ ପଇସା ବୃଦ୍ଧି ପାଇଛି।
ସୋମବାର ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୩୦ ପଇସା ଏବଂ ୩୫ ପଇସା ବଢ଼ିଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୪.୪୪ ଟଙ୍କା ଓ ଡିଜେଲ ୯୩.୧୭ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ଓ ଡିଜେଲ ୩୭ ପଇସା ବଢ଼ିଛି। ଫଳରେ ଆଜି ସକାଳୁ ମୁମ୍ବାଇବାସୀ ପେଟ୍ରୋଲ ଲିଟର ପିଛା ୧୧୦.୪୧ ଟଙ୍କା ଓ ଡିଜେଲ ୧୦୧.୦୩ ଟଙ୍କାରେ କିଣୁଛନ୍ତି।
କୋଲକାତରେ ପେଟ୍ରୋଲ ଲିଟର ପିଛା ୧୦୫.୦୯ ଟଙ୍କା ଓ ଚେନ୍ନାଇରେ ଏହା ୧୦୧.୭୯ ଟଙ୍କା ରହିଛି। ଦୁଇ ସହରରେ ଡିଜେଲର ଲିଟର ପିଛା ଦାମ ଯଥାକ୍ରମେ ୯୬.୨୮ ଟଙ୍କା ଓ ୯୭.୫୯ ଟଙ୍କା ଛୁଇଁଛି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବଢ଼ୁଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେଉଥିବା କୁହାଯାଉଛି।ପେଟ୍ରୋଲ ଓ ଡିଜେଲର ଦାମ କ୍ରମାଗତ ଭାବେ ବଢ଼ୁଥିବାରୁ ଅନୁରୂପ ଭାବେ ବିଭିନ୍ନ ସାମଗ୍ରୀ ମଧ୍ୟ ମହଙ୍ଗା ହେଉଛି।

Leave A Reply

Your email address will not be published.