ଇରାନର ତୈଳ ଭଣ୍ଡାର ଉପରେ ଆମେରିକା ଓ ଇସ୍ରାଏଲର ବୋମା ମାଡ

39

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଆଉ ଏକ ବଡ ହମଲା କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଇସ୍ରାଏଲ ଏଥର ତେହରାନର ତେଲ ଭଣ୍ଡାରକୁ ଟାର୍ଗେଟ୍ କରିଛି । ଏହା ଦ୍ୱାରା ଇରାନର ଘରୋଇ ଯୋଗାଣ ଉପରେ ବଡ ପ୍ରଭାବ ପଡିପାରେ । ଯଦ୍ୱାରା ଏହି ଦେଶ ଆତ୍ମ ସମର୍ପଣ କରିବ । ତେଣୁ ଆମେରିକା ଓ ଇସ୍ରାଏଲ ଇରାନର ୧୨ରୁ ଅଧିକ ତେଲ ଟ୍ୟାଙ୍କର ଉପରେ ହମଲା କରିଛି । ଏହି ହମଲାରେ ଇରାନର ଲଜିଷ୍ଟିକ, ଯାତାୟତ ଓ ବିଦ୍ୟୁତ ସଙ୍କଟ ଉତ୍ପନ କରିପାରେ । ତେହରାନର ଏରେ ରିଫାଇନାରୀ କମ୍ପେ୍ଲକ୍ସରେ ବଡ ହମଲା କରାଯାଇଛି । ତେହରାନରେ ଏକ ତୈଳ ଭଣ୍ଡାର ଉପରେ ନିଆଁ ପିଣ୍ଡୁଳା ଉଠୁଥିବା ଦେଖିବାକୁ ମିଳିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଆଗାମୀ ସପ୍ତାହ ଗୁଡିକରେ ଇରାନ ଉପରେ ଆହୁରି ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ।
ଇସ୍ରାଏଲର ସେନା କହିଛି ଯେ, ସେମାନେ ତେହରାନରେ ଇନ୍ଧନ ଭଣ୍ଡାର ଉପରେ ହମଲା କରିଛନ୍ତି । ଏମିତି ଜଣା ପଡୁଛି. ଯୁଦ୍ଧରେ ପ୍ରଥମ ଥର କୌଣସି ଅଣ ସାମରିକ ଅଦୌଗିକି ପ୍ରତିଷ୍ଠାନ ଉପରେ ହମଲା କରିଛନ୍ତି । ତୈଳ ଭଣ୍ଡାର ଉପରେ ଆକ୍ରମଣ ନେଇ ଇରାନ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି । ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆହୁରି ଜଟିଳ ସ୍ଥିତି ଆଡକୁ ଗତି କରିବ । ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଶନିବାର ରାତିରେ କହିଛି ଯେ ଏହା ତେହେରାନ ଉପରେ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଇସ୍ରାଏଲର ହାଇଫାରେ ଏକ ରିଫାଇନାରୀ ଉପରେ ଆକ୍ରମଣ କରିଛି। ଇରାନ ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଆକ୍ରମଣକୁ ଆକ୍ରମଣ ଏବଂ ଆତଙ୍କବାଦର ଏକ କାର୍ଯ୍ୟ ବୋଲି ବିବେଚନା କରେ ଏବଂ ଅନେକ ବିଶେଷଜ୍ଞ ଏପରି ଆକ୍ରମଣକୁ “ଆକ୍ଟ ଅଫ ୱାର” ବୋଲି କହିଛନ୍ତି।

Comments are closed, but trackbacks and pingbacks are open.