ଓଆରଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ ସମେତ ୬ଜଣଙ୍କୁ ୩ବର୍ଷ ଜେଲ୍ ଦଣ୍ଡ

27

ଭୁବନେଶ୍ୱର: ଓଡ଼ିଶା ଗ୍ରାମୀଣ ଗୃହ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି)ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଥିବାବେଳେ ବିନୋଦ କୁମାରଙ୍କର ଅନେକ ଦୁର୍ନିତି କରିିିଛନ୍ତି । ବୁଧବାର ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସତ୍ୟ ନାରାୟଣ ଷଡ଼ଙ୍ଗୀ ଏକ ମାମଲାରେ ରାୟରେ ପ୍ରକାଶ କରି ବିନୋଦ କୁମାରଙ୍କୁ ପୁଣି ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ମାମଲାକୁ ମିଶାଇ ବିନୋଦ କୁମାରଙ୍କୁ କୋର୍ଟ ୫ ଥର ଜେଲ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ ତାଙ୍କ ନାମରେ ୨୭ଟି ମାମଲା ଭିଜିଲାନ୍ସ ରୁଜୁ କରିଛି ।ଏଥିସହ ଆଜିର ମାମଲାରେ ରାୟ ଶୁଣାଇ କୋର୍ଟ ବିନୋଦଙ୍କ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଦଣ୍ଡରେ ଦଣ୍ଡିତ କରାଯାଇଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ଓଆର୍‌ଏଚ୍‌ଡିସିର କମ୍ପାନୀ ସେକ୍ରେଟେରୀ ସ୍ୱସ୍ତୀ ରଞ୍ଜନ ମହାପାତ୍ର, ଲୋନ ଅଫିସର ସତ୍ୟ ପ୍ରକାଶ ବେହେରା, ଆସିଷ୍ଟାଣ୍ଡ ସିଷ୍ଟମ୍ ଆନାଲିଷ୍ଟ୍ ଜ୍ଞାନେନ୍ଦ୍ର ସ୍ୱାଇଁ, ଭୁମିକା ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଦେବଦ ରାୟ ଓଭୁମିକା ବିଲ୍ଡର୍ସର ପାର୍ଟନର୍ ବିଭୁତିଭୂଷଣ ସ୍ୱାଇଁ । ଏଥିସହ ସମସ୍ତ ଅଭିଯୁକ୍ତଙ୍କୁ ପ୍ରତ୍ୟେକ ଦଫା ପାଇଁ ୫୦ହଜାର ଲେଖାଏଁ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି । ଜରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ କୋର୍ଟ କହିଛନ୍ତି । ତେବେ ୧୪ଜଣଙ୍କ ସାକ୍ଷ୍ୟ ଓ ୧୦୪ ଦସ୍ତାବିଜ ଆଧାରରେ କୋର୍ଟ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ହେମନ୍ତ କୁମାର ସ୍ୱାଇଁ ମାମଲା ପରିଚାଳନା କରୁଥିଲେ । ସୂଚନା ଅନୁଯାୟୀ, ଓଆର୍‌ଏଚ୍‌ଡିସି ଦ୍ୱାରା ବିନୋଦ ଭୁମିକା ବିଲ୍ଡର୍ସକୁ ୨୦୦୦ ମସିହାରେ ୧୮.୫୦ ଲକ୍ଷ ଟଙ୍କାର ଗୃହ ଋଣ ଦେଇଥିଲେ । ବିନୋଦ କୁମାର ୨୦୦୦ ଜାନୁୟାରୀ ୪ରୁ ୨୦୦୧ ଏପ୍ରିଲ ୧୫ ପର୍ଯ୍ୟନ୍ତ ଓଆର୍‌ଏଚ୍‌ଡିସିର ଏମ୍‌ଡି ଥିଲେ । ସେହି ସମୟରେ ସ୍ୱସ୍ତୀ ରଞ୍ଜନ ମହାପାତ୍ର, ସତ୍ୟ ପ୍ରକାଶ ବେହେରା, ଜ୍ଞାନେନ୍ଦ୍ର ସ୍ୱାଇଁ ମଧ୍ୟ ଓଆର୍‌ଏଚ୍‌ଡିସିରେ କାଯର୍‌ୟ କରୁଥିଲେ । ଭୁମିକା ବିଲ୍ଡର୍ସ ପକ୍ଷରୁ ଜାଲ ଦସ୍ତାବିଜ୍ ଦ୍ୱାରା ୧୮.୫୦ ଲକ୍ଷ ଟଙ୍କାର ୨ଟି ଗୃହ ଋଣ ଆବେଦନ କରାଯାଇଥିଲା । ହେଲେ ବିନୋଦ କୁମାର ଏବଂ କମ୍ପାନୀ କର୍ମଚାରୀମାନେ ଏହା ଏହାକୁ ଠିକ ଭାବେ ଯାଞ୍ଚ କରି ନ ଥିଲେ । ଭୁମିକା ବିଲ୍ଡର୍ସର କର୍ମକର୍ତ୍ତାଙ୍କ ସହ ମିଶି ସେମାନେ ଏହି ଦର୍ନିତି କରିଥିଲେ । ଏହି ଦୁର୍ନିତି ପାଇଁ ରାଜ୍ୟ ସରକାରଙ୍କୁ ଆର୍ଥିକ କ୍ଷତି ହୋଇଥିଲା । ଏନେଇ ଅଭିଯୋଗ ପରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ୨୦୦୬ ଡିସେମ୍ବର ୩୦ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା ।

Comments are closed, but trackbacks and pingbacks are open.