ରାଜ୍ୟରେ ୮୪୯ କରୋନା ଆକ୍ରାନ୍ତ ଙ୍କ ମଧ୍ୟ ରୁ ୧୧୯ ଜଣ ଛୁଆ ଚିହ୍ନଟ

28

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧୯ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ୧ ମାସ ରୁ ୧୮ ବର୍ଷ ମଧ୍ୟରେ।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୫୮ଟି ହେଉଛି ଲୋକାଲ୍ କେସ୍‌। ଅନୁଗୋଳ ଜିଲ୍ଲାରୁ ୨୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୧, ବରଗଡ଼ରୁ ୩, ଭଦ୍ରକରୁ ୧୦, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ୫, କଟକରୁ ୯୮, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୨୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୧, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨୭, କେନ୍ଦୁଝରରୁ ୧୬, କୋରାପୁଟରୁ ୪, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୨୦, ନୟାଗଡ଼ରୁ ୧୪, ନୂଆପଡ଼ାରୁ ୨, ପୁରୀରୁ ୨୮, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୫, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟ୍ ପୁଲ୍‌ରୁ ୭୮ ଜଣ ଚିହ୍ନଟ ହୋଇଛନ୍ତି।
୮୪୯ଟି ନୂଆ କେସ୍ ଆସିବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ ହଜାର ୫୦୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୦ ହଜାର ୭୯୬ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୮୨୦ ଜଣ ଚିକିତ୍ସାଧୀନ ଅଛନ୍ତି।
ସେହିପରି ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୮୩୪କୁ ବୃଦ୍ଧି ପାଇଛି।


Leave A Reply

Your email address will not be published.