ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ ଟିମ ର ବୋଟ ଓଲଟିଗଲା: ଗଣମାଧ୍ୟମ ପ୍ରତିନିଧି ଙ୍କ ମୃତ୍ୟୁ

27

ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ପ୍ରଖର ସୁଅରେ ଓଲଟିଲା ଓଡ୍ରାଫ୍ ଟିମ୍‌ର ବୋଟ୍ । ବୋଟ୍‌ରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ଙ୍କ ସମେତ ୭ଜଣ ଓଡ୍ରାଫ୍ ଟିମ ସଦସ୍ୟ ଥିବା ଜଣାପଡିଛି । । ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍‌ ଦୀର୍ଘ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଓ ଓଡ୍ରାଫ୍ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେସକ୍ୟୁ ଅପରେସନ୍ ବେଳେ ବ୍ୟାରେଜରେ ଫସିଥିବା ହାତୀ ନିକଟକୁ ଏକ ବୋଟ୍ ସାହାଯ୍ୟରେ ପହଞ୍ଚିଥିଲେ ଓଡ୍ରାଫ୍ ଟିମ୍ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ବୋଟ୍‌ଟି ଭାରସାମ୍ୟ ହରାଇ ଓଲଟିପଡିଥିଲା ।ଓଡ୍ରାଫ ଟିମ ସଦସ୍ୟ ମାନେ ଚେଷ୍ଟା କରିଥିଲେ ବୋଟ ଟିକୁ ଷ୍ଟାର୍ଟ କରିବା ପାଇଁ କିନ୍ତୁ ପାଣି ସୁଅ ର ବେଗ ଅତିମାତ୍ରା ରେ ଥିବାରୁ ବୋଟ ଷ୍ଟାର୍ଟ ହୋଇ ନ ଥିଲା I ଫଳରେ ବୋଟ୍‌ରେ ଥିବା ୫ ଜଣ ଓଡ୍ରାଫ୍ ଟିମ୍ ସଦସ୍ୟ ଏବଂ ଏକ ଘରୋଇ ଚ୍ୟାନେଲର ଜଣେ ରିପୋର୍ଟର ଏବଂ କ୍ୟାମେରାମ୍ୟାନ୍ ଭାସିଯାଇଥିଲେ । ଅକ୍ଳାନ୍ତ ପରିଶ୍ରମ କରି ଓଡ୍ରାଫ୍ ଟିମ୍ ସଦସ୍ୟ ବୁଡି ଯାଇଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ଆମ୍ବୁଲାନ୍ସ ଯୋଗେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ ସି ବି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଓଡ୍ରାଫ ଟିମ ର ଦୁଇ ଜଣ ସଦସ୍ୟ ନିଖୋଜ ଅଛନ୍ତି I କୂଳ ରେ ଅତ୍ୟଧିକ ଲୋକାରଣ୍ୟ ଯୋଗୁ ଭୟ ପାଇ ହାତୀ ଟି କୂଳକୁ ନ ଆସି ଧୀରେ ଧୀରେ ପାଣି ଭିତରକୁ ଚାଲିଯାଇଥିଲା I

Leave A Reply

Your email address will not be published.