କିମ୍ବଦନ୍ତୀ କ୍ରିକେଟର ସଚିନ ଙ୍କୁ ଭେଟି ପିଲାଦିନ ର ସ୍ଵପ୍ନ କୁ ପୂରଣ କଲେ ଓଡିଶା ର ସୁନାପୁଅ ପ୍ରମୋଦ

30

ଟୋକିଓ ପାରାଲିମ୍ପିକ୍ସ ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ପ୍ରମୋଦ ଭଗତ ନିଜର ପିଲାଦିନ ର ସ୍ବପ୍ନ କୁ ପୂରଣ କରିଛନ୍ତି ଇ ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଙ୍କୁ ଭେଟିଛନ୍ତି I ଟୋକିଓ ରୁ ଫେରି ଦିଲ୍ଲୀ ପହଂଚିବା ପରେ ସଚିନ ଙ୍କ ଠାରୁ ନିମନ୍ତ୍ରଣ ପାଇଥିଲେ ପ୍ରମୋଦ I ବୁଧବାର ଦିନ ପ୍ରମୋଦ ଦିଲ୍ଲୀରୁ ଯାଇ ସଚିନ ଙ୍କ ମୁମ୍ବାଇ ସ୍ଥିତ ବାସଭବନ ରେ ତାଙ୍କୁ ଭେଟିଥିଲେ I ଟୋକିଓ ପାରାଲିମ୍ପିକ୍ସ ରେ ସ୍ଵର୍ଣ୍ଣ ପଦକ ଜିତିଥିବାରୁ ପ୍ରମୋଦ ଙ୍କୁ ସଚିନ ଶୁଭେଚ୍ଛା ଜଣାଇ କହିଥିଲେ କି ତୁମେ ଯୁବପିଢ଼ି ବିଶେଷ କରି ଦିବ୍ୟାଙ୍ଗ ନ ପାଇଁ ପ୍ରେରଣା ପାଲଟିଛ I ପ୍ରମୋଦ ଅଲିମ୍ପିକ୍ସ ରେ ପାଇଥିବା ସ୍ଵର୍ଣ୍ଣ ପଦକ ସଚିନ ଙ୍କୁ ଦେଖାଇବା ସହ ତାଙ୍କ ସହିତ ସେଲ୍ଫି ମଧ୍ୟ ନେଇଥିଲେ I ସେହି ଅବସର ରେ ସଚିନ ପ୍ରମୋଦ ଙ୍କ ସଂଘର୍ଷମୟ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ I ସଚିନ ଙ୍କୁ ଭେଟିବା ଅବସର ରେ ପ୍ରମୋଦ କହିଛନ୍ତି ଆପଣ ମୋ ଆଦର୍ଶ ,ମୋ ପିଲାଦିନ ର ସ୍ଵପ୍ନ ଆଜି ପୂରଣ ହେଲା I ସୁଚନା ଯୋଗ୍ୟ ଆଜି ଦିନ ୨ ଟା ବେଳେ ପ୍ରମୋଦ ଭଗତ ଓଡିଶା ଫେରିଛନ୍ତି I ଏହି ଅବସର ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତଃର୍ଜାତିକ ବିମାନ ବନ୍ଦର ଠାରେ ତାଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା I

Leave A Reply

Your email address will not be published.