ଦଶହରାରେ ଭିଜିବ ଓଡିଶା; ଆସୁଛି ଲଘୁଚାପ

32

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ  । ୨୦ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।  ସେପଟେ ଆଗକୁ ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । କିନ୍ତୁ ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା । ଦଶହରା ପୂର୍ବରୁ ଏକ ଲଘୁଚାପ ଘନୀଭୂତ ହୋଇପାରେ ।

ଯାହାର ପ୍ରଭାବରେ  ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ଏହା କ୍ରମଶଃ ଆନ୍ଧ୍ର-ତାମିଲନାଡୁ ଆଡକୁ ଗତି କରିବ । ୨୦ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହା ପୂଜାକୁ ଫିକା କରିବାର ଆଶଙ୍କା କରାଯାଉଛି ।

୨୦ ତାରିଖରେ ମହାଷଷ୍ଠୀ , ୨୪ରେ ଦଶହରା ଏବଂ ୨୫ ତାରିଖରେ ଭସାଣ ରହିଛି । ତେଣୁ ଲଘୁଚାପ ଜନିତ ବର୍ଷା ଏଥର ପୂଜାକୁ ଫିକା କରିବାର ଆଶଙ୍କା ରହିଛି ।

Comments are closed, but trackbacks and pingbacks are open.