ଓଡ଼ିଶା ବିକାଶର ଭିଜନ ୨୦୪୭

104

ଭୁବନେଶ୍ଵର: ନିତି ଆୟୋଗ ବୈଠକରେ ଓଡ଼ିଶାର ଭିଜନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଧାନମନ୍ତ୍ରୀ ବିକାଶର ମନ୍ତ୍ରରେ ମୋହନ ହେଲେ ସାମିଲ। ଆଉ ସେହି ଅନୁସାରେ ନିଜର ମତ ରଖିଛନ୍ତି।  ଜୁନ ୧୨ରେ ଓଡିଶା ସରକାର ଆଣିବେ ଭିଜନ ଡକ୍ୟୁମେଣ୍ଟ। ବିକଶିତ ଭାରତ ପାଇଁ ବିକଶିତ ଓଡିଶା କିଭଳି ରୂପ ନେବ ସେ ନେଇ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।  ବିଶ୍ୱସ୍ତରୀୟ ରାସ୍ତା , ରେଳ ପ୍ରକଳ୍ପ, ଏୟାର କନେକ୍ଟିଭିଟି ସାଙ୍ଗକୁ ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଦି ବ୍ୟବସ୍ଥା କିଭିଳି ଓଡ଼ିଶାର ଗ୍ରୋଥ ଇଞ୍ଜିନ ବନିବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ତା ଉପରେ ଫୋକସ ଜାରି ରଖିଛନ୍ତି ରାଜ୍ୟ ସରକାର। ଟେକ୍ସଟାଇଲ, ଗାରମେଣ୍ଟ ଓ ଫୁଡ ପ୍ରୋସେସିଂ ଭଳି ଶିଳ୍ପ ଉପରେ ସରକାର ପ୍ରଧାନ୍ୟ ଦେଉଛନ୍ତି। ନିତି ଆୟୋଗର ଦଶମ ଗର୍ଭଣ୍ଣିଂ କାଉନସିଲ ମିଟିଂରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ ରହିଛି ଏବଂ ୨୦୪୭ ବେଳକୁ ଓଡିଶା ୧.୫ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ। ଏଥିପାଇଁ ଡବଲ ଇଂଜିନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । 

Comments are closed, but trackbacks and pingbacks are open.