ଓଡିଶା ରେ ହେବ ଜାତୀୟ ସ୍ତର ର ସ୍ପୋର୍ଟ୍ସ କମ୍ପ୍ଲେକ୍ସ : ଧର୍ମେନ୍ଦ୍ର ପ୍ରଧାନ

29

ଭୁବନେଶ୍ଵରରେ ଆଜି ଦକ୍ଷତା ବିକାଶ ପ୍ରତିଷ୍ଠାନର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇ ଏହି ଅବସରରେ ସେ କହିଛନ୍ତି ଯେ ,ଦକ୍ଷତା ବିକାଶ ପ୍ରତିଷ୍ଠାନରେ ଏକ ସ୍ପୋର୍ଟସ କମ୍ପ୍ଲେକ୍ସ ହେବ ।
250 କୋଟି ଟଙ୍କା ବିନିମୟରେ ଦକ୍ଷତା ବିକାଶ ପ୍ରତିଷ୍ଠାନ ହୋଇଛି । ଏଥିରେ ଆହୁରି ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଆମ ଓଡ଼ିଶାର ଖେଳାଳି ନାଁ କରିଥିବାରୁ ସେ ପ୍ରସଂଶା କରିଛନ୍ତି ।5 ଅଲିମ୍ପିଆନ୍ ଅଲିମ୍ପିକ୍ସରେ ଭାଗ ନେଇ ଆମ ଟେକ ରଖିଛନ୍ତି ବୋଲି ସେ କହିଛନ୍ତି ।
ସେଥିପାଇଁ ସେ କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ ଏଠାରେ ଏକ ସ୍ପୋର୍ଟ୍ସ କମ୍ପେକ୍ସ ହେବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏହି ସ୍ପୋର୍ଟ୍ସ କମ୍ପେକ୍ସ ଜାତୀୟ ସ୍ତରର ହେବ । ଏହାସହ ମୁମ୍ବାଇ ICT, IOCL ଆନୁକୂଲ୍ୟରେ ଅସ୍ଥାୟୀ କ୍ୟାମ୍ପସର ଭୂମି ପୂଜନ ହୋଇଛି ।ଗୁଣାତ୍ମକ ଶିକ୍ଷାର ବିକାଶ କ୍ଷେତ୍ରରେ ବହୁତ ବଡ଼ ପଦକ୍ଷେପ ନିଆଯାଉଛି’ । `ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଗୁଣାତ୍ମକ ଶିକ୍ଷା ପାଇବେ ଓଡ଼ିଆ ପିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.