ଓଡିଶା ଆସିବ ବାୟୋ-ଟେକନୋଲୋଜି ନୀତି

435

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ବାୟୋ ଟେକ୍ନୋଲୋଜି ନୀତି। ଆସନ୍ତା ମାସକ ଭିତରେ ଏହାକୁ ଆଣିବେ ରାଜ୍ୟ ସରକାର। ଏ ଦିଗରେ ଚାଲିଛି କାମ। ଏଥିରେ ବାୟୋ-ଟେକ୍ନୋଲୋଜି ସମ୍ବନ୍ଧିତ ମେଡିକାଲ ଉପକରଣ, ଟିକା ନିର୍ମାଣ, ଫାର୍ମାସ୍ୟୁଟିକାଲ ପରି ଇଣ୍ଡଷ୍ଟ୍ରିକୁ ପ୍ରୋତ୍ସାହନ ଦେବାକୁ ବିଭିନ୍ନ ପ୍ରକାର ପ୍ରତ୍ସାହିତ ଓ ଭିତ୍ତିଭୂମି ପାଇଁ ସହାୟତା ଦିଆଯିବ।

ବାୟୋ-ଟେକ୍ନୋଲୋଜି ପଲିସି ଏକ ସେକ୍ଟୋରାଲ ପଲିସି ବା କ୍ଷେତ୍ର ନୀତି। ଏହି ନୀତିକୁ ନେଇ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲାମ କହିଛନ୍ତି, ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଏହି ନୀତି ଆସୁଛି। ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍ଭାବନ, ଷ୍ଟାର୍ଟଅପ୍, ବାୟୋ-ଟେକ୍ନୋଲୋଜି ଇକୋ ସିଷ୍ଟମର ବିକାଶ କ୍ଷେତ୍ରରେ ବିଜ୍ଞାନ ଓ କାରିଗରୀ ବିଭାଗ ସଫଳ ପଦକ୍ଷେପ ନେଇଛି। ଯେତେବେଳେ ବି ସେକ୍ଟୋରାଲ ପଲିସି ଆସେ, ତାକୁ ଅନ୍ୟ ପଲିସିଠାରୁ ଉନ୍ନତ ଧରଣର କରାଯାଏ। ଏହା ଅଧିକ ଶିଳ୍ପ ଅନୁକୂଳ ଓ ପ୍ରଗତିଶୀଳ ନୀତି ହେବ। ପୁଞ୍ଜି ନିବେଶ ଓ ପରିବେଶ ଉପରେ ପ୍ରଭାବ ଦେଖି ଏହି ନୀତି କରାଯାଇଥାଏ।

ଶିଳ୍ପ ନିର୍ଦ୍ଦେଶକ କହିଛନ୍ତି, ଏହି ପଲିସି କିପରି ସମାନ ବଣ୍ଟନ ହୋଇପାରିବ ସେ ନେଇ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଏହି ବାୟୋ ଟେକ୍ନୋଲୋଜି ନୀତି ବହୁତ ଭଲ କାରଣ ଏହାର ଫିଡ଼ବ୍ୟାକ ଭଲ ଆସୁଛି। ବାୟୋ-ଟେକନୋଲୋଜି ପାର୍କ ଓଡ଼ିଶାରେ ଅଛି। ତେଣୁ ଓଡ଼ିଶାରେ ଏହି ପଲିସି ଆସିଲେ ଉପକୃତ ହେବେ ହିତାଧିକାରୀ।

Comments are closed, but trackbacks and pingbacks are open.