ଫୁଡ୍ ପ୍ରୋସେସିଂ ହବ୍ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

27

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ ୨୦୨୬’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ସ୍ତରର ପ୍ରମୁଖ ନିବେଶକ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ (ଫୁଡ୍ ପ୍ରୋସେସିଂ) କ୍ଷେତ୍ରରେ ବୃହତ୍ ନିବେଶ ଆଣିବା ସହ ଓଡ଼ିଶାକୁ ଏକ ପ୍ରମୁଖ ଫୁଡ୍ ପ୍ରୋସେସିଂ ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳକୁ ଆଧାର କରି ‘ବ୍ଲୁ ଇକୋନୋମି’ (ବ୍ଲୁ ଅର୍ଥନୀତି)ର ବିକାଶକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ରେଳପଥ ଓ ବନ୍ଦର ମାଧ୍ୟମରେ ଉତ୍ପାଦିତ ସାମଗ୍ରୀର ସହଜ ରପ୍ତାନି ପାଇଁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ। ଏହି ଅବସରରେ ସେ ‘କୋରାପୁଟ କଫି’ର ସଫଳତା ସମ୍ପର୍କରେ ଉଲ୍ଲେଖ କରି, ଏହା ଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ।

Comments are closed, but trackbacks and pingbacks are open.