ଭୁବନେଶ୍ୱର: ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ସମଗ୍ର ଓଡ଼ିଶାରେ ରାସ୍ତା ନେଟ୍ୱାର୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଓ ତଦାରଖ ପାଇଁ ପରିକଳ୍ପନା କରାଯାଇଛି। ଏହି ନୀତି ଏକ ଗୁଣାତ୍ମକ ସଡ଼କ ନେଟ୍ୱାର୍କ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ, ଯାହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଓ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବ। ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି। (କ) ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶାବଳୀ ନିର୍ଣ୍ଣୟ। (ଖ) ରାସ୍ତା ଭିତ୍ତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତ୍ତିଭୂମିର ରକ୍ଷଣାବେକ୍ଷଣ।(ଗ) ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର ସୁରକ୍ଷାର ଉନ୍ନତିକରଣ। (ଘ) ଯୋଜନା, ଡିଜାଇନ୍, କ୍ରୟ, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପ୍ରକଳ୍ପ ପରିଚାଳନାରେ ସଡ଼କ କ୍ଷେତ୍ର ସଂଗଠନର କ୍ଷମତାକୁ ସୁଦୃଢ଼ କରିବା। (ଙ) ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ରାଜ୍ୟରେ ସେତୁ ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏହି ନୀତିରେ ରାଜ୍ୟର ସମସ୍ତ ସେତୁର ସବିଶେଷ ସୂଚନାକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ସଂଗ୍ରହ ପାଇଁ ‘ଅନଲାଇନ୍ ସେତୁ ସୂଚନା ପ୍ରଣାଳୀ’ ବିକଶିତ କରାଯିବ। ଆଧୁନିକ ପ୍ରକ୍ରିୟାରେ ସେତୁଗୁଡ଼ିକର ବାର୍ଷିକ ମୂଲ୍ୟାଙ୍କନ କରାଯିବ।
Comments are closed, but trackbacks and pingbacks are open.