ଅବ୍ୟବସ୍ଥା ଘେରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଅନିଶ୍ଚିତତା ମଧ୍ୟରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ

41

ଗତ ୮ ବର୍ଷ ପୂର୍ବରୁ ୨୦୧୫ ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ I ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଟି ବର୍ତ୍ତମାନ ସରକାରଙ୍କ ଚରମ ଅବହେଳାର ଶିକାର ହୋଇଛି I ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଟି ଅବ୍ୟବସ୍ଥା ଘେରରେ ରହି ଥିବାରୁ ସ୍ୱାଭାବିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି I ଦୀର୍ଘ ୮ ବର୍ଷ ପରେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଅଧ୍ୟାପକଙ୍କୁ ନିଯୁକ୍ତି କରା ନଯିବାରୁ ଏଭଳି ପରିସ୍ଥିତି ଦେଖିବାକୁ ପଡ଼ିଛି । ଏହାଛଡା ୯୧ ଜଣ ଠିକା କର୍ମଚାରୀରେ ପାଠପଢା ଓ ଅଫିସ କାର୍ଯ୍ୟ ଚାଲିଛି I

ଗତ ୨୦୨୧ ମସିହା ଏପ୍ରିଲରେ ଏହି ବିଶ୍ୱବିଦ୍ୟାଳୟ ପାଇଁ ୧୨୫ ଟି ଟିଚିଙ୍ଗ ପୋଷ୍ଟ ଏବଂ ୯୦ ଟି ନନ ଟିଚିଙ୍ଗ ପୋଷ୍ଟ ଦେବାକୁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାର କୌଣସି ସୁଫଳ ମିଳି ନାହିଁ I ପରବର୍ତ୍ତୀ ସମୟରେ ୬୫ଟି ଶିକ୍ଷକ ଓ ୩୨ଟି ଅଣଶିକ୍ଷକ ପଦ ସୃଷ୍ଟି କରାଯାଇଥିଲା । ତେବେ ଗତ ନଭେମ୍ବର ସୁଦ୍ଧା ଅର୍ଥ ବିଭାଗ ଏନେଇ ଅନୁମତି ଦେବାକୁ ଥିବା ବେଳେ ତାହା ହୋଇ ନଥିଲା ।ମାତ୍ର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ କରିବା ପରିବର୍ତ୍ତେ ପାଠ୍ୟକ୍ରମ ହ୍ରାସ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଫଳରେ ଏହି ନବ ଗଠିତ ବିଶ୍ୱବିଦ୍ୟାଳୟ ଟି ଅନୁଦାନ ଆୟୋଗ ର ମାନ୍ୟତା ହରାଇବାର ମଧ୍ୟ ଆଶଙ୍କା ଦେଖା ଦେଇଛି I ତେଣୁ ବର୍ତ୍ତମାନ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କୁ ନେଇ ପ୍ରତିଷ୍ଠା କରା ଯାଇଥିବା ବିଶ୍ୱବିଦ୍ୟାଳୟଟି ରୁଗଣ ଅବସ୍ଥାରେ ରହିଛି I ତେବେ ଏହି ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଦିଆଯାଉଥିବା ସ୍ନାତକୋତ୍ତର ପାଠ୍ୟକ୍ରମକୁ ୧୪ରୁ ୬ରେ ସୀମିତ ରଖିବାକୁ କୁହାଯାଇଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ସ୍ନାତକ ପାଠ୍ୟକ୍ରମ ବନ୍ଦ କରି ଦିଆଯିବ ବୋଲି କୁହାଯାଇଛି । ତେବେ ପରିସ୍ଥିତି ଏପରି ହେଲାଣି ଯେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଲାଣି ।ବର୍ତ୍ତମାନ ଏଥିରେ ବିଭିନ୍ନ ବିଭାଗ ର ସ୍ନାତକତ୍ତୋର ପାଠ୍ୟକ୍ରମରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ କୁ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି I


ସେହିପରି ଗତ ୨୦୧୭ ମସିହାରେ ୟୁଜିସି ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ ପରି ୫ ବର୍ଷ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପାଇଁ ଅନୁମତି ପ୍ରଦାନ କରିଥିଲା । ୨୦୨୦ରେ ୟୁଜିସି ନୀତିର ପରିବର୍ତ୍ତନ ହେବା ସହିତ ଏହାକୁ କଡ଼ାକଡ଼ି କରାଯାଇଥିଲା ।
ଏନେଇ ଗତ ଜାନୁଆରୀରେ ଉଚ୍ଚଶିକ୍ଷା ବିଭାଗର ଏକ ବୈଠକ ବସିଥିଲା । ରାଜ୍ୟରେ ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ୱବିଦ୍ୟାଳୟ, ଉକ୍ରଳ ବିଶ୍ୱବିଦ୍ୟାଳୟ ଦୂର ନିରନ୍ତର ଶିକ୍ଷା ଚାଲିଥିବା ବେଳେ ମୁକ୍ତ ବିଶ୍ୱବିଦ୍ୟାଳୟର କ’ଣ ଆବଶ୍ୟକତା ରହିଛି ବୋଲି ବୈଠକରେ ପ୍ରଶ୍ନ କରାଯାଇଥିଲା । ଏପରିକି ଏହାକୁ କାହିଁକି ବନ୍ଦ କରାଯିବ ନାହିଁ କିମ୍ବା ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହିତ କାହିଁକି ମିଶ୍ରଣ କରାଯିବ ନାହିଁ ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା । ତେବେ ସମ୍ବଲପୁରରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି ମୁକ୍ତ ବିଶ୍ୱବିଦ୍ୟାଳୟର ୮୯ଟି ଷ୍ଟଡି ସେଣ୍ଟର ରହିଛି । ତେଣୁ ଯଦି ଏହାକୁ ରାଜ୍ୟ ସରକାର ବନ୍ଦ କରିଦିଅନ୍ତି, ତେବେ ଛାତ୍ରଛାତ୍ରୀମାନେ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବେ ବୋଲି କୁହାଯାଉଛି ।

Comments are closed, but trackbacks and pingbacks are open.