ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ପାଳିତ

137

ଭୁବନେଶ୍ଵର: ଓଡ଼ିଶା ସାହିତ୍ୟ ଏକାଡେମୀର ୬୮ତମ ସ୍ବନକ୍ଷତ୍ର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଛନ୍ତି ଯେ, ଓଡ଼ିଶାର ସାରସ୍ବତ ସମ୍ଭାରକୁ ନୂତନ ପିଢିଙ୍କ ନିକଟରେ ପହଞ୍ଚାଇବା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀର ଭୂମିକା ପ୍ରଶଂସନୀୟ। ସେହିଭଳି ଲେଖକ ସମ୍ମିଳନୀ, ଓଡ଼ିଆ ପକ୍ଷ ପାଳନ, ଯୁବ ଲେଖକ ସମ୍ମିଳନୀ ଓ ପୁସ୍ତକ ପ୍ରକାଶନ ମାଧ୍ୟମରେ ଏହି ସାରସ୍ବତ ସଂସ୍ଥା ଅଗ୍ରଣୀ ଭୂମିକା ଗ୍ରହଣ କରିଚାଲିଛି। ସରକାର ଏ ଦିଗରେ ଏକାଡେମୀକୁ ସବୁପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ଶ୍ରୀ ସୂରଜ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟ, ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନ ପ୍ରମୁଖ ଉଦବୋଧନ ଦେଇଥିଲେ। ଏହି ଅବସରରେ ନୂତନ ଭାବେ ପ୍ରକାଶିତ କେତେକ ପୁସ୍ତକ, କୋଣାର୍କର ବିଭିନ୍ନ ବିଶେଷାଙ୍କ ଉନ୍ମୋଚନ ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓ ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ ବିଜୟ କେତନ ଉପାଧ୍ୟାୟ, ସ୍ବତନ୍ତ୍ର ସଚିବ ଦେବପ୍ରସାଦ ଦାଶ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed, but trackbacks and pingbacks are open.