କେନ୍ଦ୍ରରୁ ୫୨୪ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ପାଇଲା ଓଡ଼ିଶା

26

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍ ତ୍ରୈମାସିକରେ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ୫୨୪ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି । ୨୦୨୨ ମସିହା ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ କେନ୍ଦ୍ର ସରକାର ୧୭ହଜାର କୋଟି ଟଙ୍କା ଜାରି କରିଛନ୍ତି । ଏହି କ୍ଷତିପୂରଣ ରାଶିକୁ ମିଶାଇ ଚଳିତ ଆର୍ôଥକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପାଇଁ ମୋଟ ୧,୧୫,୬୬୨ କୋଟି ଟଙ୍କା ଜିଏସଟି କ୍ଷତିପୂରଣ ଜାରି କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମହାରାଷ୍ଟ୍ରକୁ ସର୍ବାଧିକ ୨୦୮୧ କୋଟି, କର୍ଣ୍ଣାଟକକୁ ୧୯୧୫ କୋଟି, ଉତ୍ତରପ୍ରଦେଶକୁ ୧୨୦୨କୋଟି, ଦିଲ୍ଲୀକୁ ୧୨୦୦କୋଟି ଓ ତାମିଲନାଡୁକୁ ୧୧୮୮କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ମିଳିଛି । ୨୦୨୨ ଅକ୍ଟୋବର ସୁଦ୍ଧା ମୋଟ ୭୨୧୪୭କୋଟି ଟଙ୍କାର ସେସ୍ ସଂଗ୍ରହ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ବାକି ୪୩୫୧୫ କୋଟି ଟଙ୍କା ନିଜ ପାଣ୍ଠିରୁ ରାଜ୍ୟଗୁଡ଼ିକୁ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଏହି ଅର୍ଥରାଶି ଜାରି କରିବା ସହ ଚଳିତ ଆର୍ôଥକ ବର୍ଷର ମାର୍ଚ୍ଚ ସୁଦ୍ଧା ସଂଗ୍ରହ କରାଯିବାକୁ ଥିବା ଆନୁମାନିକ ସେସର ସମ୍ପୂର୍ଣ୍ଣ ପରିଣାମକୁ ଅଗ୍ରୀମ ଆକାରରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଭାବେ ଯୋଗାଇ ଦେଇଛନ୍ତି । ରାଜ୍ୟମାନଙ୍କୁ ସେମାନଙ୍କ ସମ୍ବଳ ପରିଚାଳନାରେ ସହାୟତା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ରାଜ୍ୟଗୁଡ଼ିକ ଚଳିତ ଆର୍ôଥକ ବର୍ଷରେ ନିଜର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବିଶେଷକରି ପୁଞ୍ଜି ବ୍ୟୟ କାର୍ଯ୍ୟକ୍ରମକୁ ସଫଳତା ସହ କାର୍ଯ୍ୟକାରୀ କରିପାରିବେ ।

Comments are closed, but trackbacks and pingbacks are open.