ନୂଆ ନିବେଶରେ ତୃତୀୟ ସ୍ଥାନରେ ଓଡ଼ିଶା

446

ନୂଆଦିଲ୍ଲୀ: ଖଣି ଖାଦାନ ଭରା ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ନିବେଶ ଆଣିବା ଲାଗି ରାଜ୍ୟ ସରକାରଙ୍କ ପ୍ରୟାସ ସଫଳ ହୋଇଛି । ୨୦୨୩ରେ ଜୁଲାଇ ମାସ ସୁଦ୍ଧା ନୂଆ ନିବେଶ କ୍ଷେତ୍ରରେ ଦେଶର ଟପ୍ ୫ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। ଏ କ୍ଷେତ୍ରରେ ୧୨ ପ୍ରତିଶତ ଅଂଶ ନିବେଶ ସହିତ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଉତ୍ତର ପ୍ରଦେଶ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଗୁଜରାଟ ରହିଛି । ସେହିଭଳି ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।

ପଛୁଆ ରାଜ୍ୟ ଗୁଡିକ ମଧ୍ୟରେ ହରିଆଣା, ଆସାମ, ପଶ୍ଚିମବଙ୍ଗ, ଗୋଆ ଏବଂ ସର୍ବୋଚ୍ଚ କେରଳ ଭଳି ରାଜ୍ୟ ରହିଛନ୍ତି । ୨୦୨୨–୨୩ରେ ମୋଟ ନିବେଶ ପ୍ରସ୍ତାବ ମଧ୍ୟରୁ ୫ ରେକର୍ଡ ରାଜ୍ୟର ଅଂଶ ଅର୍ଦ୍ଧାଧିକ ରହିଛି । ସେହିଭଳି ରିପୋର୍ଟ ୨୦୧୪-୧୫ ପରଠାରୁ ସାମଗ୍ରିକ ନିବେଶ ଯୋଜନା ୭୯.୫୦% ବୃଦ୍ଧି ହୋଇ ୩.୫୨ ଲକ୍ଷ କୋଟି ଟଙ୍କା ଛୁଇଁଛି । ୨୦୨୨-୨୩ରେ ପୁଞ୍ଜି ଖର୍ଚ୍ଚ ୮ ବର୍ଷରେ କୋଟି ସର୍ବାଧିକ ସ୍ଥରରେ ରହିଛି । ସୁଧହାର ବୃଦ୍ଧି ହୋଇଥିଲେ ମଧ୍ୟ ନିବେଶରେ ରେକର୍ଡ ହୋଇଥିବା ଆରବିଆଇ ଏହାର ରିପୋର୍ଟରେ ଉଲ୍ଲେଖ କରିଛି । ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ ଗୁଡ଼ିକ ୫୪୭ ପ୍ରକଳ୍ପକୁ ସହାୟତା ଯୋଗାଇ ଦେଇଛନ୍ତି ।

ନୂଆ ପ୍ରକଳ୍ପ ପାଇବାରେ ୫ ରାଜ୍ୟର ଅଂଶ ୫୭.୨% ରହିଛି । ସକ୍ଷମୋଟ ପ୍ରକଳ୍ପ ଖର୍ଚ କ୍ଷେତ୍ରରେ ଉତ୍ତର ପ୍ରଦେଶ ଓ ଓଡ଼ିଶାର ସ୍ଥିତି ପୂର୍ବାପେକ୍ଷା ଉନ୍ନତ ରହିଛି । ଓଡ଼ିଶା କଥା ବିଚାରକୁ ନେଲେ ଶିଳ୍ପ ପ୍ରୋତ୍ସାହନ ଦିଗରେ ରାଜ୍ୟ ସରକାର ନୀତିଗତ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂଆ ପ୍ରକଳ୍ପ ରୁପାୟନକୁ ପ୍ରୋତ୍ସାହନ ସହ ଶିଳ୍ପ କ୍ଷେତ୍ର ଲାଗି ସୁଗମ ବାତାବରଣ ସୃଷ୍ଟି କରାଯାଉଛି ।
ଶିଳ୍ପଗୁ ଡି କର ନିୟାମକ ଚାପ ଡା କମାଇବା ଦିଗରେ ଏକ ଅନଲାଇନ ଆର୍ଟ ସିଷ୍ଟମ ବିକଶିତ କରାଯାଇଛି । ଏଥିରେ ବିଜନେସଗୁଡିକ ସରକାରଙ୍କ ପକ୍ଷରୁ ଲାଭ କରିବାକୁ ଥିବା ୩୦ରୁ ଉର୍ଦ୍ଧ୍ୱ ସେବା ଉପଲବ୍ଧ ରହିଛି । ଏ କ୍ଷେତ୍ରରେ ଟେକ୍ନୋଲୋଜି ଭିଭିକ ସଂସ୍କାରକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବାଞ୍ଚଳରେ ଏକ ମାନୁଫାକଚରିଂ ହବ୍ ଭାବେ ଓଡ଼ିଶା ଉଭା ହୋଇଛି । ୨୦୨୧–୨୨ କୋଭିଡ ୧୯ ସମୟରେ ମଧ୍ୟ ରାଜ୍ୟ ୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ନିବେଶ ହାତେଇବାକୁ ସକ୍ଷମ ହୋଇଥିଲା ।

କେବଳ ନୂଆ ନିବେଶ ଆକୃଷ୍ଟ ସ୍ଥାନକୁ ନୁହେଁ ନିବେଶ ପ୍ରସ୍ତାବ ଗୁଡିକ କିଭଳି ସୁଗମ ତ୍ୱରାନ୍ୱିତ ହେବ ସେ ଦିଗକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସ୍ୱାସ୍ଥ୍ୟ, ସବୁଜ ଶକ୍ତି, ଚାପ ଡାଉନଷ୍ଟ୍ରିମ, ଇସ୍ପାତ, ଆଲୁମିନିୟମ, ଇନ ଆଇଟି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ଥରେ ପ୍ରମୁଖ କ୍ଷେତ୍ରଗୁଡିକରେ ନିବେଶ ନେଇ “ ଲାଭ ନିବେଶକ ଆଗେଇ ଆସୁଛନ୍ତି । ଧାତବ କ୍ଷେତ୍ରର ଆନୁସଙ୍ଗିକ ଭିକ କ୍ଷେତ୍ର ଉପରେ ସରକାର ଫୋକସ କରିଛନ୍ତି । ଅନୁଗୁଳ ଏବଂ ଝାରସୁଗୁଡାକୁ ଏକ ଆଲୁମିନିୟମ ଶିଳ୍ପ ହବ୍ ଭାବେ ବିକଶିତ କରାଯାଉଛି । ସେହିଭଳି ଇସ୍ପାତ ଡାଇନଷ୍ଟ୍ରିମ ୧ କ୍ଷେତ୍ରରେ କଳିଙ୍ଗନଗର ଏକ ପ୍ରମୁଖ ସ୍ଥାନ ଇବାକୁ ଭାବେ ଉଭା ହେଉଛି ।

Comments are closed, but trackbacks and pingbacks are open.