୨୦୨୧ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶା ର ସ୍ଥାନ ୧୦ ନମ୍ବର

20

କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ଶନିବାର ଦିନ ପ୍ରକାଶ ପାଇଛି । ଶନିବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ ଇନ୍ଦୋର ଭାରତର ସବୁଠାରୁ ପରିଷ୍କାର ସହରର ମାନ୍ୟତା ପାଇଛି । କ୍ରମାଗତ ପଞ୍ଚମ ବର୍ଷ ପାଇଁ ଇନ୍ଦୋର ଭାରତର ସ୍ୱଚ୍ଛ ସହରର ମୁକୁଟ ପିନ୍ଧିଥିବା ବେଳେ ଏହି ତାଲିକାରେ ୧୦ମ ସ୍ଥାନରେ ରହିଛି ଓଡ଼ିଶା ୨୦୨୦ବର୍ଷରେ ମଧ୍ୟ ଓଡ଼ିଶା ଦେଶର ସ୍ୱଚ୍ଛ ସହର ତାଲିକାରେ ୧୦ ନମ୍ବର ସ୍ଥାନରେ ରହିଥିଲା ।
ସେହିଭଳି ତାଲିକାରେ ସବୁଠାରୁ ସ୍ୱଚ୍ଛ ରାଜ୍ୟ ଭାବରେ ଛତିଶଗଡ ପ୍ରଥମରେ ରହିଥିବାବେଳେ , ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଏହି ତାଲିକାର ଦ୍ଵିତୀୟ ଓ ତୃତୀୟ ଏବଂ ଗୁଜରାଟ ଚତୁର୍ଥ ସ୍ଥାନରେ ରହିଛି । ଉତ୍ତର ପ୍ରଦେଶ, ଝାଡଖଣ୍ଡ, ହରିଆଣା ଓ ପଞ୍ଜାବ ପଛକୁ ପଛ ରହିଛନ୍ତି । ତେବେ ୨୦୨୦ରେ ୨୧ ତମ ସ୍ଥାନରେ ରହିଥିବା କର୍ଣ୍ଣାଟକ ୧୨ଟି ସ୍ଥାନ ଉଠି ଓଡ଼ିଶା ଉପରକୁ ନବମ ସ୍ଥାନରେ ରହିଛି । ପଶ୍ଚିମବଙ୍ଗ ଏବଂ ମେଘାଳୟ ୨୩ ନମ୍ବର ରାଙ୍କ ସହିତ ଏହି ତାଲିକାର ସବୁଠୁ ତଳେ ରହିଛନ୍ତି ।

Leave A Reply

Your email address will not be published.