ଓଡିଶା ପୋଲିସ ଏସଆଇ ପରୀକ୍ଷା ପ୍ରଶ୍ନ ପତ୍ର ବିଭ୍ରାଟ ପାଇଁ ପରୀକ୍ଷା ବାତିଲ୍

47

ଓଡିଶା ପୋଲିସ ଏସଆଇ ପରୀକ୍ଷାରେ ବଡ ଧରଣର ବିଭ୍ରାଟ I ପ୍ରଶ୍ନ ପତ୍ର ରେ ତ୍ରୁଟି ଯୋଗୁଁ ପରୀକ୍ଷା କୁ ବାତିଲ କରାଯାଇଛି I ୨୦୧୮ ବର୍ଷର ସବ-ଇନସ୍ପେକ୍ଟର ପରୀକ୍ଷା ଆଜି ହେବାକୁ ଥିବାବେଳେ ବିଭ୍ରାଟ ପାଇଁ ଏହା ବାତିଲ ହୋଇଛି । ଓଡିଶା ଷ୍ଟାଫ ସିଲେକ୍ସନ୍ କମିସନ୍ ପୂର୍ବରୁ ଏହି ପରୀକ୍ଷା କରୁଥିଲା । ହେଲେ ଚଳିତ ଥର ପ୍ରଥମ କରି ଓଡିଶା ପୋଲିସ ନିଜର ବୋର୍ଡ କରି ଏହି ପରୀକ୍ଷା କରୁଥିଲେ । ହେଲେ ଆଜି ପରୀକ୍ଷା କେନ୍ଦ୍ରରେ ଆସାୟୀ ପ୍ରାର୍ଥୀ ପହଁଚିବାବେଳକୁ କେନ୍ଦ୍ରରେ ତାଲା ଝୁଲୁଥିବାବେଳେ ଗେଟ୍ ସାମ୍ନାରେ ପରୀକ୍ଷା ରଦ୍ଦ ହୋଇଥିବା ଟ୍ୱିଟର କପି ଝୁଲୁଛି । ଏଭଳି ସୂଚନା ଦେଖିବା ପରେ ନିରାଶ ହୋଇଛନ୍ତି ପରୀକ୍ଷାର୍ଥୀ । ଅନେକ ସ୍ଥାନରେ ଉତେଜନା ପରିସ୍ଥିତି ବି ଦେଖିବାକୁ ମିଳିଛି । ଏହି ବିଭ୍ରାଟକୁ ଖୁବ୍‌ଶୀଘ୍ର ଦୂର କରାଯିବ ଏବଂ କୌଣସି ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ବଞ୍ଚିତ ହେବେନି ବୋଲି OPRB ଅଧ୍ୟକ୍ଷ ସୁଧାଶୁଂ ଷଡ଼ଙ୍ଗୀ କହିଛନ୍ତି। OPRB ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁ ପ୍ରଶ୍ନପତ୍ର ଡାଉନଲୋରେ ସମସ୍ୟା ଦେଖାଦେଇଛି। ଯେଉଁଠି ଆଜି ପରୀକ୍ଷା ହୋଇ ନ ପାରିଛି କାଲି ସକାଳ ୧୦ଟାରେ ପିଲାମାନେ ପରୀକ୍ଷା ଦେବେ । ଏହାପରେ ଯେଉଁମାନେ ବଞ୍ଚିତ ହେବେ ୧୦ ଦିନ ପରେ ପୁଣି ଥରେ ସେମାନଙ୍କୁ ଡକାଯିବ ।

Comments are closed, but trackbacks and pingbacks are open.