କୋଟିଆରେ ଓଡିଶା ପୋଲିସ ର ଫ୍ଲାଗ୍‌ ମାର୍ଚ୍ଚ

18

ଓଡ଼ିଶାର କୋଟିଆରେ ପୁଲିସ୍‌ର ଫ୍ଲାଗ୍‌ ମାର୍ଚ୍ଚ। ଆନ୍ଧ୍ରପ୍ରଦେଶର ଅନୁପ୍ରବେଶ ଉପରେ ରୋକ୍‌ ଲଗାଇବାକୁ ଓଡ଼ିଶା ପୁଲିସ୍‌ ପକ୍ଷରୁ ଏପରି ପନ୍ଥା ଆପଣାଯାଇଛି। ଆସନ୍ତା ୧୮ ରେ ଏଠାରେ ଭୋଟ ଗ୍ରହଣ କରାଯିବ I ତା ପୂର୍ବରୁ ଆନ୍ଧ୍ରପ୍ରଦେଶ ଅବାଧ ପ୍ରବେଶ କରି ଏଠାରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ଠାରୁ ଭୋଟର ତାଲିକା ସଂଗ୍ରହ କରୁଥିବା ଘଟଣା ସାମ୍ନାକୁ ଆସିଥିଲା ସୂଚାନIନୁସାରେ କୋଟିଆ ପଞ୍ଚାୟତରେ ରହିଛି ୧୩ ୱାର୍ଡ। ଏଠାରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସର୍ବଦଳୀୟ ପ୍ରାର୍ଥୀ(ତିନି ଦଳର ପ୍ରାର୍ଥୀ) ମମତା ଜାନି ନିର୍ବାଚନ ଲଢ଼ୁଛନ୍ତି। ତାଙ୍କ ବିରୋଧରେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ଲଢେଇ କରୁଛନ୍ତି। କହିବାକୁ ଗଲେ ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ଭିତରେ ଏଥର ଲଢ଼େଇ ହେବ। ସେହିପରି ସରପଞ୍ଚ ପ୍ରାର୍ଥୀ ଭାବେ ୭ ଜଣ ଓ ୧୩ଟି ୱାର୍ଡରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୧୨ଟି ୱାର୍ଡରେ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ୧୦ ନମ୍ୱର ୱାର୍ଡରେ ଦୁଇ ଜଣ ପ୍ରତି ଲଢ଼ୁଥିବାରୁ ମତଦାନ ହେବ। ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଆନ୍ଧ୍ର ପୁଲିସ୍ ଓ ଏଜେଣ୍ଟମାନେ ବାରମ୍ୱାର କୋଟିଆରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ତେଣୁ କୋଟିଆର ୧୩ଟି ୱାର୍ଡରେ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ମନୋବଳ ସୁଦୃଢ କରିବା ପାଇଁ ପୁଲିସ ପକ୍ଷରୁ ଏହି କରାଯାଇଥିବା କୁହାଯାଇଛି।

ଦୀର୍ଘ ବର୍ଷ ପରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ସେ ନିଜେ ଅନୁଧ୍ୟାନ କରିବା ପାଇଁ ହନ୍ତାଳଗୁଡ଼ା BSF କ୍ୟାମ୍ପରେ ଆଜି ପହଞ୍ଚିଥିଲେ ପୋଲିସ ଡିଜି ସୁନୀଲ କୁମାର ବଂଶଲ । ସୁନାବେଡାରେ ପହଞ୍ଚି କୋରାପୁଟ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରି କହିଛନ୍ତି ଯେ, ସମ୍ବେଦନ ଶୀଳ ଅଂଚଳ ପାଇଁ ଡ୍ରୋନ୍ ବ୍ୟବହାର ହେବ । ସ୍ୱାଭିମାନ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନରେ ସୁରକ୍ଷା ହେବ କଡ଼ାକଡ଼ି । ଡିଜିପିଙ୍କ ସହ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ଯାଇଛନ୍ତି।ଜିଲ୍ଲାର ନକ୍ସଲ ସ୍ଥିତି ଓ ପଞ୍ଚାୟତ ନିର୍ବାଚନ ଉପରେ ଡିଜିପି ସମୀକ୍ଷା କରିଛନ୍ତି। ଏଥିସହ କୋଟିଆରେ ହେବାକୁ ଥିବା ନିର୍ବାଚନ ଉପରେ ମଧ୍ୟ ଆଲୋଚନା ହୋଇଛି। ଏଥିରେ କୋରାପୁଟ୍‌ ଏସ୍‌ପି, ଡିଆଇଜି, କୋବ୍ରା ଓ ବିଏସଏଫ୍‌ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।

Leave A Reply

Your email address will not be published.