ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ରେ ଓଡିଶା ଯାତ୍ରୀବାହୀ ବସ ଦୁର୍ଘଟଣା : ୪୭ ଯାତ୍ରୀ ଆହତ

20

ଓଡ଼ିଶାରୁ କେରଳ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ରେ ଦୁର୍ଘଟଣା ଗ୍ରସ୍ତ ହୋଇ ୪୭ ଜଣ ଯାତ୍ରୀ ଆହତ ହୋଇଛନ୍ତି I NH-୫ ରଣସରନ୍ ନିକଟରେ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରକ ଧକ୍କା ଦେଇଛି । ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଶ୍ରୀକାକୁଲମସ୍ଥିତ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରିଛି। ଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି।
ସୂଚନାନୁସାରେ ଓଡ଼ିଶାର ରାୟଗଡ଼ାରୁ ଦାଦନ ଖଟିବାକୁ କେରଳ ଅଭିମୁଖେ ଓଡିଶାରୁ ଏକ ବସ ଯୋଗେ ଶ୍ରମିକ ମାନେ ଯାଉଥିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି I ଆହତ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ଶ୍ରୀକାକୁଲମ ରେ ରିମସ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି Iଖବର ପାଇ ଆହତଙ୍କ ପରିବାରବର୍ଗ ଆନ୍ଧ୍ର ଅଭିମୁଖେ ଯାଉଥିବା ଜଣାଯାଇଛି।

Comments are closed, but trackbacks and pingbacks are open.