ସେନା ଚାକିରୀ ‘ଅଗ୍ନିପଥ’କୁ ଓଡ଼ିଶାରେ ବିରୋଧ: କଟକରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସର ଲାଠିମାଡ଼

30

କେନ୍ଦ୍ର ସରକାରଙ୍କ ସର୍ଟ ଟର୍ମ ସେନା ଚାକିରୀ ‘ଅଗ୍ନିପଥ ଯୋଜନା’କୁ ନେଇ ସାରା ଦେଶରେ ଅଶାନ୍ତି ର ଝଡ଼ ସୃଷ୍ଟି ହୋଇଛି ଇ ଗତକାଲି ବିହାର ବିଭିନ୍ନ ଅଂଚଳ ରେ ବିକ୍ଷୋଭ ସହିତ ରେଳ ରୋକ ପରେ ଆଜି ଓଡ଼ିଶାରେ ମଧ୍ୟ ବିରୋଧର ନିଆଁ ଦେଖିବାକୁ ମିଳିଛି । କଟକ କ୍ୟାଣ୍ଟନାମଣ୍ଟ ରୋଡ୍‌ ସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରାଯାଇଛି। ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି I ହାତରେ ଠେଙ୍ଗା ବାଡି ଧରି ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ଅନେକ ଯୁବପିଢ଼ି। ରିଙ୍ଗ୍ ରୋଡ୍‌ରେ ରାସ୍ତା ଅବରୋଧ ବେଳେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହିସମୟରେ ପୁଲିସ ପକ୍ଷରୁ ଲାଠିମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ମଧ୍ୟ ରଖିଛି। ସେପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।

ସୂଚନାନୁସାରେ ନିକଟ ରେ କେନ୍ଦ୍ର ସରକାର ୪ ବର୍ଷିଆ ସେନା ଚାକିରୀ ‘ଅଗ୍ନିପଥ ଯୋଜନା’ ଘୋଷଣା କରିଛନ୍ତି I ବିହାର ଓ ଉତ୍ତରପ୍ରଦେଶରେ ପୁଣି ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳିଦେଇଛନ୍ତି । ବିହାର ସମସ୍ତିପୁର ଓ ଲଖିସରାୟ ରେଳ ଷ୍ଟେସନରେ ଟ୍ରେନ୍ ଜାଳିଦେଇଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ବଲିୟା ଷ୍ଟେସନରେ ବି ବିକ୍ଷୋଭକାରୀ ଟ୍ରେନ୍ ପୋଡ଼ି ଦେଇଛନ୍ତି । ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ବଲ୍ଲଭବଗଡ଼ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।

ତେବେ ଅଗ୍ନିପଥ ଯୋଜନାରେ ସେନାବାହିନୀରେ ନିଯୁକ୍ତିକୁ ବିରୋଧ କରି ଏହି ପ୍ରଦର୍ଶନ ଜାରି ରହିଛି । ଅଗ୍ନିପଥ ଯୋଜନାକୁ ବିରୋଧ କରି ବିକ୍ଷୋଭ କାରି ମାନେ ଦେଶ ରେ ବିଭିନ୍ନ ସ୍ଥାନରେ ରେଳ ରୋକ ସାଙ୍ଗକୁ ଅଗ୍ନିକାଣ୍ଡ ଘଟାଇଥିଲେ । ସାରା ଦେଶରେ ବିରୋଧ ପ୍ରଦର୍ଶନକୁ ନଜରରେ ରଖି ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବା ପାଇଁ ବୟସସୀମାକୁ କେନ୍ଦ୍ର ସରକାର ୨୧ରୁ ୨୩କୁ ବୃଦ୍ଧି କରିଛନ୍ତି । ତେବେ ଏହି ଚାକିରୀ ର ଅବଧି ମାତ୍ର ୪ ବର୍ଷ ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀ ରହିଛି I ଯେଉଁମାନେ ଏହି ଚାକିରୀ ପାଇଁ ମନୋନୀତ ହେବେ ତାଙ୍କୁ ଦଶମ ବଦଳରେ ଦ୍ୱାଦଶ ସାର୍ଟିଫିକେଟ ମିଳିବ I ତେବେ ଏହି ଚାକିରୀରେ ପ୍ରଥମ ବର୍ଷର ଦରମା ୩୦ ହଜାର ଥିବାବେଳେ ୪ର୍ଥ ବର୍ଷ ୪୦ ହଜାର ପାଇବେ I ତେବେ ଏହି ୪ ବର୍ଷିଆ ଚାକିରୀ ପରେ କୌଣସି ପେନଶନ ଯୋଜନା ନ ଥିବାରୁ ଆଶାୟୀ ମାନଙ୍କର ଅସନ୍ତୋଷ ବଢିଛି I

Comments are closed, but trackbacks and pingbacks are open.