ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର : ଶୀତଳ ଭଣ୍ଡାରକୁ ନେଇ ବିଧାନସଭା ପ୍ରଶ୍ନକାଳରେ କୃଷିମନ୍ତ୍ରୀ ଦେଲେ ଏ ଭଳି ଉତ୍ତର

27

ଆଜି ବିଧାନ ସଭା ଶୂନ୍ୟକାଳରେ କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଛତୁ ଓ ଲେମ୍ବୁ ଉତ୍ପାଦନ ରେ ଓଡିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି । ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶକୁ ୭୦୦ ମେଟ୍ରିକ ଟନ ଚାଉଳ ପଠା ଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଏଇ ଭଳି ଉତ୍ତର ରଖିଥିଲେ I

ସେହିପରି ରାଜ୍ୟରେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପ୍ରସଙ୍ଗ ରେ ଉତ୍ତର ଦେଇ କହିଥିଲେ ରାଜ୍ୟରେ ମୋଟ ୧୨୩ ଟି ଶୀତଳ ଭଣ୍ଡାର ଥିବା ବେଳେ ସେଥି ମଧ୍ୟରୁ ୭୯ ଟି ଅଚଳ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ ୧୮ ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ । ଏହା ସହ ଆହୁରି କହିଛନ୍ତି ଯେ ଯେହେତୁ ଶୀତଳ ଭଣ୍ଡାର ଗୁଡିକୁ ଶିଳ୍ପ ଭାବେ ଗଣା ଯାଉଛି ତାହାର ବିଦ୍ୟୁତ ଦର ୟୁନିଟ ପିଛା ୪ ଟଙ୍କା ୩୦ ପଇସା ରହିଛି ।

ତେଣୁ ରାଜ୍ୟ ସରକାର ଓଇଆରସି କୁ ପ୍ରସ୍ତାଵ ଦେଇଛନ୍ତି ଶୀତଳ ଭଣ୍ଡାର ଗୁଡିକୁ କୃଷି ଭିତ୍ତିକ ଶିଳ୍ପ ରେ ପରିଣତ କରିବା ପାଇଁ । ଏହା ଦ୍ୱାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ । ବର୍ତ୍ତମାନ ରାଜ୍ୟ ସରକାର ପ୍ରତି ବର୍ଷ ଶୀତଳ ଭଣ୍ଡାର ରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି ବୋଲି କୃଷି ମନ୍ତ୍ରୀ ତଥ୍ୟ ରଖିଥିଲେ ।

Comments are closed, but trackbacks and pingbacks are open.