ଓଡିଶାକୁ ନାହିଁ କୋଭିଡ୍ ବିପଦ !

28

କରୋନାର ନୂତନ ରୂପ ‘ବିଏଫ୍ ୭’କୁ ନେଇ ଚୀନର ସ୍ଥିତି ସାଙ୍ଘାତିକ ହୋଇ ପଡିଛି। ଅନ୍ୟ କିଛି ଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଫଳରେ ଓମିକ୍ରନକୁ ନେଇ ପୁଣି ଥରେ ବିଶ୍ଵରେ ଚିନ୍ତା ପ୍ରକାଶ ପାଇଛି। ତେବେ ଏହା ମଧ୍ୟରେ ଓଡିଶା ପାଇଁ ଆସିଛି ଆଶ୍ଵସ୍ତିକର ଖବର। ଓଡିଶା ପାଇଁ ନାହିଁ କୋଭିଡ୍ ବିପଦ।କରୋନା ନେଇ ଶୁକ୍ରବାର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ସୂଚନା।

ସେ କହିଛନ୍ତି ଯେ, ଚୀନ, ଜାପାନ, ଥାଇଲାଣ୍ଡ, ହଂକ ପରି କିଛି ଦେଶରେ ଓମିକ୍ରନ ବିଏଫ ୭ର କେସ୍ ବଢିଛି। ତଥାପି ଭୟଭୀତ ହେବାର କୌଣସି କାରଣ ନାହିଁ। ଦୈନିକ ଦେଶରେ ୨ ଲକ୍ଷ ଏବଂ ରାଜ୍ୟରେ ୭ ହଜାର ଟେଷ୍ଟ ହେଉଛି। ସେଥିରୁ ବହୁତ କମ ଅର୍ଥାତ ନଗଣ୍ୟ ଲୋକଙ୍କ ପଜିଟିଭ୍ ଆସୁଛି। ତଥାପି ଆମକୁ ସତର୍କ ରହିବା ସହ ମାସ୍କ ପିନ୍ଧିବା ଏବଂ ଭିଡ ସ୍ଥାନରୁ ଦୂରେଇ ରହିବା ଭଲ। ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଦ୍ଵିତୀୟ ବୁଷ୍ଟର ଡୋଜ୍ର କୌଣସି ପ୍ରାବଧାନ ନାହିଁ।

ତଥାପି ଦୁଃସାଧ୍ୟ ରୋଗରେ ପୀଡିତଙ୍କୁ ୨ୟ ଡୋଜ୍ ଆବଶ୍ୟକ ପଡିପାରେ। ଆଉ ଯେଉଁମାନେ ବୁଷ୍ଟର ଡୋଜ୍ ନେଇ ନାହାନ୍ତି ସେମାନେ ନେଇଯିବା ଉଚିତ୍ ବୋଲି ପ୍ରଫେସର ଡାକ୍ତର ପଣ୍ଡା କହିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖିଲେ କୁହାଯାଇପାରେ ଯେ ଭାରତ କି ଓଡିଶା ପାଇଁ କୋଭିଡ୍ ବିପଦ ନାହିଁ ବୋଲି ପ୍ରଫେସର ପଣ୍ଡା କହିଛନ୍ତି।

Comments are closed, but trackbacks and pingbacks are open.